ଢେଙ୍କାନାଳ ଟାକ୍ସି ଓନର୍ସ ଆସୋସିଏସନ୍ ପକ୍ଷରୁ ବିଶ୍ବକର୍ମା ପୂଜା ପାଳିତ
ଢେଙ୍କାନାଳ, ୧୭/୯: ଢେଙ୍କାନାଳ ଅମଲାପଡା ବସ୍ଷ୍ଟାଣ୍ଡ ଠାରେ ଟାକ୍ସି ଓନର୍ସ ଆସୋସିଏସନ୍ ପକ୍ଷରୁ ବିଶ୍ବକର୍ମ ପୂଜା ପାଳିତ ହୋଇଯାଇଅଛି । ପ୍ରାତଃରେ କଳସ ସ୍ଥାପନ ହୋଇଥିବାବେଳେ ସକାଳ ୧୧ ଘଟିକାରେ ସୂର୍ଯ୍ୟ ପୂଜା, ମଣ୍ଡଳ ପୂଜା ସହିତ ଦିବା ୧୨ ଘଟିକାରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଦିବା ୨ ଘଟିକାରେ ଭକ୍ତମାନେ ପ୍ରସାଦସେବନ କରିଥିଲେ। ଟାକ୍ସି ଆସୋସିଏସନ୍ର ସଭାପତି ନରେଶ କୁମାର ସିଂ ଓ ସଂପାଦକ ଚିନ୍ମୟ କୁମାର ରାଉତଙ୍କ ତତ୍ୱାବଧାନରେ କର୍ମକର୍ତା ସରୋଜ କୁମାର ମହାପାତ୍ର, ଯୁଗଳଧର ଚକ୍ର, ନବ କିଶୋର ଦାସ, ଦୁଃଶା ସନ ସିଂ ଓ ଅନ୍ୟାନ୍ୟ ସଭ୍ୟ ବୃନ୍ଦ ଉପସ୍ଥିତ ରହି ପୂଜାକୁ ପରିଚାଳନା କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


