ନାଲକୋ ନଗରରେ ଧୁମ୍ ଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା
ଅନୁଗୋଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ କାରଖାନା କଲୋନୀ ନାଲକୋ ନଗରରେ ଅଜି ଠାରୁ ବଡ଼ ଧୁମ୍ ଧାମରେ ପାଳିତ ହେଉଛି ବିଶ୍ଵକର୍ମା ପୂଜା। ପ୍ରାୟ ୨୫ରୁ ଅଧିକ ପୂଜା ପେଣ୍ଡାଲରେ ବିଶ୍ଵ ବିନ୍ଧାଣି ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି। ବିଭିନ୍ନ ପ୍ରକାରର ସୂ ଉଚ୍ଚ ତୋରଣ ଗୁଡ଼ିକ ସତେ ଯେପରି ସତକୁ ସତ ଏହି ଠାରେ ଗଢି ଉଠିଛି ବୋଲି ମନେ ହେଉଛି। ସୂ ଉଚ୍ଚ ତୋରଣ ମାଳା ସାଙ୍ଗକୁ ବିସ୍ତୃତ ଆଲୋକ ମାଳା ଦର୍ଶକଙ୍କୁ ଆକର୍ଷିତ କରୁଛି। ଭକ୍ତମାନେ ଠାକୁରଙ୍କ ଦର୍ଶନ ସାଙ୍ଗକୁ ବିଭିନ୍ନ ପ୍ରକାରର ମନୋହରୀ ଓ ଫୁଡ୍ ଷ୍ଟଲ୍ ରେ ଅଟକି ବିଭିନ୍ନ ରେଶିପିର ଆନନ୍ଦ ଉଠାଉଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ଏହି ଉତ୍ସବ ପାଳନ କରାଯାଉଛି। ଆସନ୍ତା ସେପ୍ଟେମ୍ୱର ୨୩ ତାରିଖ ପର୍ଯ୍ୟନ୍ତ ଏହି ପୂଜା ଉତ୍ସବ ଚାଲିବ ଓ ୨୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ପ୍ରାୟ ଓଡ଼ିଶାର ତିରିଶ ଟି ଜିଲ୍ଲାରୁ ଦର୍ଶକ ଆସୁଥିବା ବେଳେ ଦେଶର ବହୁ ରାଜ୍ୟରୁ ବ୍ୟବସାୟୀ ମାନେ ଆସି ଏଠାରେ ବ୍ୟବସାୟର ପସରା ଖୋଲି ଦେଇଛନ୍ତି।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


