ବଡବିଲ ପୌରାଞ୍ଚଳରେ ଦେଵଶିଳ୍ପୀ ” ବାବା ବିଶ୍ଵକର୍ମାଙ୍କ ” ପୂଜା ବହୁ ଆଡମ୍ବର ସହକାରେ ପାଳନ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି ଖାଦାନ ରହିଅଛି ଏବଂ ଖଣିଜ ପଦାର୍ଥ ପରିବହନ ପାଇଁ ଏହି ଜିଲ୍ଲାରେ ଅନେକ ସଂଖ୍ୟାରେ ଗାଡିଘୋଡା ଚଳାଚଳ କରିଥାଏ ଏବଂ ଏହି ଜିଲ୍ଲାର ଖଣି କମ୍ପାନୀ ଓ ଗାଡ଼ିଘୋଡ଼ା କୁ ନେଇ ଅନେକ ବ୍ୟବସାୟ ପ୍ରତିଷ୍ଠାନ ମାନ ଗଢି ଉଠିଛି ଏବଂ ଦେବ ଶିଳ୍ପୀ ବାବା ବିଶ୍ଵକର୍ମାଙ୍କ ଆଗମନରେ ଖଣି ଜିଲ୍ଲା ବେଶ୍ ଚଳଚଞ୍ଚଳ ପରିଲକ୍ଷିତ ହୁଏ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ କିନ୍ତୁ ଦେଵ ଶିଳ୍ପୀ ବାବା ବିଶ୍ଵକର୍ମା ଙ୍କ ଆଗମନରେ ପୁରା ସହର ଯେମିତି ପୁର୍ଣ୍ଣ ରୂପେ ସୁସଜ୍ଜିତ ହୋଇଉଠେ। ବଡବିଲ ମୁଖ୍ୟ ପ୍ରବେଶ ପଥ କୁରିବୁରୁ ଛକ ଠାରୁ ବାବା ବିଶ୍ଵକର୍ମାଙ୍କ ପୂଜା ଆରମ୍ଭ ହୋଇ ସମ୍ପୂର୍ଣ ବଡବିଲ ପୌରାଞ୍ଚଳ ବିଭିନ୍ନ ସ୍ଥାନ ଯଥା ବଡବିଲ ରେ ଥିବା ବିଭିନ୍ନ ଗାଡି ସୋରୁମ୍, ଗ୍ୟାରେଜ, ବିଭିନ୍ନ ଯନ୍ତ୍ରାଶ ଦୋକାନ, ଶିଳ୍ପ ତାମିଲ କେନ୍ଦ୍ର ଅଟୋ ଷ୍ଟାଣ୍ଡ, ଟେମ୍ପୋ ଷ୍ଟାଣ୍ଡ, ଇଲେକ୍ଟ୍ରି ଅଫିସ୍, ଟେଲିଫୋନ କେନ୍ଦ୍ର ଓ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା , ଯେଉଁଠି ଜନ୍ତ୍ରାସ ଦ୍ବାରା କାର୍ଯ୍ୟ ହୋଇଥାଏ ସେସବୁ ସ୍ଥାନରେ ଦେବ ଶିଳ୍ପୀ ବାବା ବିଶ୍ଵକର୍ମାଙ୍କ ପୂଜା ରେ ହୋମ ଯଜ୍ଞ ପୂଜାର୍ଚ୍ଚନା ରେ ସମଗ୍ର ବଡବିଲ ସହର ମୁଖରିତ ହୋଇଉଠୀ ଥିବା ବେଳେ ଅତି ଆଡମ୍ବର ସହକାରେ ପୂଜା ପାଳନ ହୋଇଥିବା ଦେଖିବାକୁ ମିଳିଛି। ବିଶେଷ ଭାବରେ ବିଭିନ୍ନ ପ୍ରକାରର ତ୍ଵରଣ ସହ ସୁନ୍ଦର ସାଜସଜ୍ଜା ଏବଂ କିରିବୂରୁ ଛକ ଠାରେ ପୂଜା ସହ ମିନାବଜାର ଲୋକଙ୍କୁ ବେଶ ଆକୃଷ୍ଟ କରୁଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


