ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ
ବିଷୟ _ ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ତଥା ବର୍ତ୍ତମାନର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରାର୍ଥୀ ଭାବେ ବିଜୁଜନତା ଦଳ ଘୋଷଣା କରିଛି। ନୂଆଖାଇ ପାଇଁ ୨୧ ତାରିଖ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ।୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ୨୨ ତାରିଖ ସକାଳ ୯’୩୦ ରେ ନିର୍ବାଚନ ହେବ । ସେପ୍ଟେମ୍ବର ୨୨ ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ସେଦିନ ସକାଳ ୯’୩୦ ରେ ବାଚସ୍ପତି ନିର୍ବାଚନ ହେବ।ଏହି ଖବର ପ୍ରଚାରିତ ହେବାରୁ ସାରା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଆନନ୍ଦର ଲହରୀ ଖେଳିଯାଇଛି। ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ,ଜରି ସରପଞ୍ଚ ନନ୍ଦକିଶୋର ମଲ୍ଲିକ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ଉପାଧ୍ୟକ୍ଷ ସେକ ଏରସାଦ ସମାଜସେବୀ କୈଳାସ ଚନ୍ଦ୍ର ସେଠୀ ସମାଜସେବୀ ପରୋପକାରୀ ରବିନ୍ଦ୍ର କୁମାର ପରିଡ଼ା, ହଳଦୀ ଡିହ ସରପଞ୍ଚ ନିରୁପମା ନାୟକ, ସମାଜସେବୀ ରଶ୍ମି ରଂଜନ ନାଏକ, ସୟଦପୁର ସରପଞ ସେଖ ମହମ୍ମଦ ସବିର ରାଜା, ଉତ୍ତରକୁଳ ସରପଞ୍ଚ ପ୍ରୀତିକ୍ରିଷ୍ଣ ଜେନା, ଅଳକୁଣ୍ଡ ସରପଞ୍ଚ ସୁଶାନ୍ତ କୁମାର ଦାଶ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ ପ୍ରମୁଖ ପ୍ରମିଳା ମଲ୍ଲିକଙ୍କୁ ଶୁଭେଛା ଜ୍ଞାପନ କରିଛନ୍ତିି।

ବିଜ୍ଞାପନ





