(ଦୁବାଇ ରେ ଅଲ ଓଡିଶା ଡେକୋରେଟର ୱେଲ ଫେୟାର ଆସୋସିଏସନ କୁ ସମ୍ବର୍ଦ୍ଧନା )
ଜଗତସିଂହପୁର
ତା =20/9/23
ଦୁବାଇ ସ୍ଥିତ ଗ୍ରାଣ୍ଡ ଏକ୍ସସେଲସିୟର ହୋଟେଲ ରେ କୋଡିଏ ତମ ସର୍ବ ଭାରତୀୟ ଟେଣ୍ଡ ଡେକୋରେଟର କଲ୍ୟାଣ ସଂଗଠନ ପକ୍ଷରୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି || ଭାରତ ର ବିଭିନ୍ନ ରାଜ୍ୟ ରୁ ହଜାର ହଜାର କର୍ମକର୍ତାଏହି ସମ୍ମିଳନୀ ରେ ଯୋଗଦେଇଥିଲେ | ଏହି ଅବସରରେ ସାରା ଭାରତ ରେ ଥିବା କର୍ମକର୍ତା ଗଣ ଆଗକୁ ସଂଗଠନ ର ଅଭିବୃଦ୍ଧି ଏବଂ ବିଭିନ୍ନ କଲ୍ୟାଣକାରି ଯୋଜନା ସମ୍ପର୍କ ରେ ଆଲୋଚନା କରିଥିଲେ | ସଂଗଠନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କ କଲ୍ୟାଣ ନିମିତ୍ତ ନେତୃ ବୃନ୍ଦ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ବହୁବିଧି ସୁବିଧା ହାସଲ ନିମିତ୍ତ ଅନୁରୋଧ କରିବା ପାଇଁ ସର୍ବ ସଂମ୍ମତିକ୍ରମେ ସର୍ବ ଭାରତୀୟ ସମ୍ମିଳନୀ ରେ ପ୍ରସ୍ତାବ ପାରିତ ହୋଇଥିଲା | ଓଡ଼ିଶାରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରୁଥିବାରୁ 20ତମ ଆନ୍ତର୍ଜାତିକ ସମ୍ମିଳନୀ ରେ ସର୍ବ ଭାରତୀୟ ସଭାପତି ରବି ଜିନ୍ଦଲ | ଚେୟାରମ୍ୟାନ ମୋହନ ସେଠ | ମହିଳା ବିଭାଗୀୟ ସଭାପତି ମଧୁ ସେଠ | ଉପ ସଭାପତି ଅଶୋକ ଚାୱଲା | ସାଧାରଣ ସମ୍ପାଦକ ଅନିଲ ରାୟ | ଉପ ସଭାପତି ପି ଏସ ଖାନୁଜ ପ୍ରମୁଖ ଅଲ ଓଡିଶା ଡେକୋରେଟର ୱେଲ ଫେୟାର ଆସୋସିଏସନ କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ | ଏଥିରେ ଓଡିଶା ରାଜ୍ୟ ଉପଦେଷ୍ଟା ପ୍ରବୋଧ ଦାସ | ରାଜ୍ୟ ଯୁଗ୍ମ ସମ୍ପାଦକ ମଧୁ ସୁଦନ ସାହୁ | କାର୍ଯ୍ୟକାରୀ ସଭ୍ୟ ଧିରେନ କର | ଅକ୍ଷୟ ମହାନ୍ତି | ତ୍ରିଲୋଚନ ଦାସ ଏବଂ ସଂଗଠନ ର କର୍ମକର୍ତା ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

ବିଜ୍ଞାପନ


April 18, 2026/
No Comments



