( ଗୋରେଖନାଥ କୃଷକ ମହାସଂଘ ର ଅଷ୍ଟମ ବାର୍ଷିକ ପ୍ରତିଭା ଚୟନ ଉଛବ ଅନୁଷ୍ଠିତ )
ଜଗତସିଂହପୁର
ତା =20/9/23
ପଶ୍ଚିମ ଓଡିଶା ର କୃଷି ଭିତିକ ଗଣପର୍ବ ପୂର୍ବ ଓଡ଼ିଶାର କୋଣ ଅନୁକୋଣ ରେ ପ୍ରତିଫଳିତ ହୋଇଛି | ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ରେଢ଼ୁଆ ସ୍ଥିତ ନୂଆଗଡ ଠାରେ ପବିତ୍ର ନୂଆଖାଇ ଅବସରରେ ବାବା ଗୋରେଖନାଥ କୃଷକ ମହାସଂଘ ର ଅଷ୍ଟମ ବାର୍ଷିକ ପ୍ରତିଭା ଚୟନ ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |ଅନୁଷ୍ଠାନର ସଭାପତି ସୁରେଶ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଏମ ସ ହସ୍ପିଟାଲ ର ପୂର୍ବତନ ନିର୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଯ୍ୟଳନ କରି ଅଷ୍ଟମ ବାର୍ଷିକ ପ୍ରତିଭା ଚୟନ ଉଛବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ମୁଖ୍ୟ ବକ୍ତା ଭାବେ ଓଡିଶା ନିଶା ନିବାରଣ ସମିତି ରାଜ୍ୟ ସଂଯୋଜିକା ଅପର୍ଣ୍ଣା ନାୟକ |ସଂମ୍ମାନିତ ଅତିଥିଭାବେ ସମାଜସେବୀ ଗୀତା ରଥ | ପୂର୍ବତନ କୃଷି ଅଧିକାରୀ ରମେଶ ଚନ୍ଦ୍ର ଦାଶ ଯୋଗଦେଇଥିଲେ | ଅନୁଷ୍ଠାନ ର ସମ୍ପାଦକ କ୍ଷେତ୍ରମୋହନ ବେହେରା ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ | ଏହି ଉପଲକ୍ଷେ ସମାଜରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ଶଙ୍କର ରାମ ଚନ୍ଦନି | କୃଷି କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟପାଇଁ ନେତ୍ରାନନ୍ଦ ଲେଙ୍କା |କାଦମ୍ବିନୀ ବେହେରା | କଳା, ସଂସ୍କୃତି କ୍ଷେତ୍ରରେ ଉଲେଖ ନିୟ କାର୍ଯ୍ୟପାଇଁ ପବିତ୍ର ପଟ୍ଟନାୟକ | ସମାଜ ସେବା ପାଇଁ ପ୍ରମୋଦ କୁମାର ଦେବ | ସାହିତ୍ୟ କ୍ଷେତ୍ରରେ ଉଲେଖ ନିୟ କାର୍ଯ୍ୟପାଇଁ ତେଜସ୍ମିନି ପଣ୍ଡା ଆଦି ଙ୍କୁ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ମାନପତ୍ର, ଅଙ୍ଗବସ୍ତ୍ର, ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ଜଣା ଅଜଣା, ସଂଗୀତ, ପ୍ରତିଯୋଗିତା ରେ ଶେଷ୍ଟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



April 18, 2026/
No Comments



