ବଣିଆ ସଂଘ ଗୋଲ୍ଡ ଷ୍ଟାର୍ କ୍ଲବର ବିଶ୍ବକର୍ମା ପୂଜା ଭସାଣୀ ଉତ୍ସବ
ଢେଙ୍କାନାଳ, ୨୦।୯: ଢେଙ୍କାନାଳ ମୀନାବଜାରଠାରେ ବଣିଆ ସଂଘ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୭ ତମ ବିଶ୍ଵକର୍ମା ପୂଜା ମହାଆଡମ୍ବର ସହ ଗତ ୧୭ ତାରିଖରେ ପାଳିତ ହୋଇଥିଲା। ତିନିଦିନ ଧରି ପୂଜା ହୋଇଥିଲା। ଏହି ପୂଜା ମହା ଆଡମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠାନର କର୍ମକର୍ତାମାନଙ୍କ ଦ୍ଵାରା ସଂପାଦନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ବାଳଭୋଗ, ମଣ୍ଡଳ ପଜା ଓ ବିଭିନ୍ନ ରୀତିନୀତି ସହ ପୂଜା ଆରମ୍ଭ ହୋଇଥିଲା । ଏହାପରେ ବିଭିନ୍ନ ପ୍ରକାର ଭୋଗର ଲାଗି କରାଯାଇଥିଲା। ଗତକାଲି ୧୯ ତାରିଖ ଦିନ ଜାଉଁଳୀ ପୋଖରୀ ଠାରେ ପ୍ରସାଦସେବନ ଭକ୍ତମାନେ ସେବନ କରିଥିଲେ । ଏହି ପୂଜା ୪ଦିନ ପର୍ଯ୍ୟନ୍ତ ଲାଗି ରହିବା ସହିତ ଆଜି ୨୦ ତାରିଖ ବୁଧବାର ସକାଳେ ହୋମ ପୂଜା ହୋଇ ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। କଟକ ତୁଳସୀ ବ୍ୟାଣ୍ଡପାର୍ଟି ଦ୍ବାରା ଭସାଣୀ ଉତ୍ସବକୁ ସହରବାସୀ ଉତ୍ସାହର ସହିତ ଉପଭୋଗ କରିଛନ୍ତି ।






