ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ହାଟ ପଦାରେ ମହା ଗଣପତିଙ୍କ ପୁଜା ମହା ଆଡ଼ମ୍ବରରେ ପାଳିତ ହଉଛି। ପ୍ରାୟ 20 ବର୍ଷ ହେଲା ଗଣେଶ ପୂଜା rising star ଗଣେଶ ପୂଜା କମିଟି ହାଟପଦା ପ୍ରତିବର୍ଷ କରି ଆସୁଛନ୍ତି। ପ୍ରତେକ ବର୍ଷ ଏଠାରେ ବିଭିନ୍ନ ପ୍ରକାରର ମେଳା ବସେ ଏବଂ ଗଣପତିଙ୍କର ପ୍ରସାଦ ଲଡୁ ନିଲାମି କରାଯାଏ , ସେହିଭଳି ଏହି ବର୍ଷ ମଧ୍ୟ ଠାକୁରଙ୍କ ଲଡ଼ୁ ନିଲାମୀ କରାଯାଇଥିଲା। ଶ୍ରୀ ଧୀରେନ୍ଦ୍ର ପାଣିଗ୍ରାହୀ ଏହି ନିଲାମିର ସୁଯୋଗ ନେଇ ଗତ ବର୍ଷ ଭଳି ଏହିଥର ମଧ୍ୟ ସିଏ 23000 ତେଇଶି ହଜାର ଟଙ୍କାରେ ନିଲାମି ନେଇଥିଲେ। ଏହି ପରିପେଖିରେ ଆମ ଶ୍ରୀ ପାଣିଗ୍ରାହୀଙ୍କୁ ପଚାରି ଥିଲୁଜେ ଏହିଭଳି ଆପଣ ଲଡ଼ୁ ନୀଲମି ନଉଛନ୍ତି ଏହାର ଅର୍ଥ କଣ ସିଏ କହିଥିଲେ ଏହା ନିଲାମି ନୁହଁ ଭଗବାନଙ୍କ ଆଶିର୍ବାଦ।ସୂଚନା ଥାଉକି ଗତ ବର୍ଷ ମଧ୍ୟ ଧୀରେନ୍ଦ୍ର ଭାଇ 21000 ଏକୋଇଶି ହଜାର ଟଙ୍କାରେ ନିଲମୀ ନେଇଥିଲେ। ଏହି ଭବ୍ୟ ସମାରୋହରେ ଆମ ଅଞ୍ଚଳର ବହୁ ବଦାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବହୁ ବୁଦ୍ଧିଜୀବୀ ତଥା ବି ସିମାଞ୍ଚଳ ପାତ୍ର, ଏ ଜଗନ୍ନାଥ ପ୍ରସାଦ, ବାବୁ ମୁଖାର୍ଜୀ, ବଟକୃଷ୍ଣ ପୃଷ୍ଟି, ବି ଭେଙ୍କେଟେଶ୍ୱର୍ ପାତ୍ର, ବି ରବି କୁମାର, ନାଗେଶ୍ଵର ରାଓ, ଶ୍ରୀଧର ସାହୁ ଏଵଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଏହିବର୍ଷ ପ୍ରଥମ ଦିନରେ ପ୍ରସାଦ ହିସାବରେ ପୁରି ଉପମା ହାଲୁଆ, ଦ୍ୱିତୀୟ ଦିନରେ ପୁଲା ଅର୍ଣ୍ଣ ତୃତୀୟ ଦିନରେ ହାଲୁଆ ଚତୁର୍ଥ ଦିନରେ ଝିଲାବି ଏଵଂ ଶେଷ ଦିନରେ ଅର୍ନ ପ୍ରସାଦର ବ୍ୟବସ୍ଥା କରାଯାଇଛି । କମିଟିର ସଭାପତି ଏ ଉମାଶଙ୍କର ଆଚାରି ସମ୍ପାଦକ ଟଙ୍କଧର ସାହୁ କୋଷାଧ୍ୟକ୍ଷ ରୁପେଶ ଗହିର ଏବଂ ସୀତୁ ମହାପାତ୍ର ଏବଂ ପ୍ରାୟ 70 ଜଣ ସଭ୍ୟ ଉକ୍ତ ପୂଜାରେ ସାହାଯ୍ୟ ସହଯୋଗ କରିଥିଲେ।19 ତାରିଖରୁ ପୂଜା ଆରମ୍ଭ ହୋଇ 24 ତାରିଖରେ ଠାକୁରଙ୍କ ବିସର୍ଜନର କାର୍ଯ୍ୟକ୍ରମ ରଖା ଯାଇଛି। ରାୟଗଡ଼ାରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।

September 18, 2026/
No Comments



