ମିଳିନି ଫସଲ ବିମାରାଶି ଉତ୍ୟକ୍ତ ଚାଷୀମାନେ ଘେରାଉ କଲେ ଜରି ସେବା ସମବାୟ ସମିତି
ଆଜି ପ୍ରଧାନମନ୍ତ୍ରୀ ଫସଲ ବିମାରାଶି ପ୍ରଦାନ ଦାବିରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଜରି ପଞ୍ଚାୟତର ଜରି କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ଘେରାଉ କରିଥିଲେ ଶତାଧିକ ଚାଷୀ। ପୂର୍ବାହ୍ନରେ ୨୦୨୨ ମସିହା ଖରିଫ ଋତୁରେ ଜରି ପଞ୍ଚାୟତରେ ୩୭ ପ୍ରତିଶତ କ୍ଷତି ହୋଇଥିବା ସରକାରୀ ରିପୋର୍ଟ ଦିଆଯାଇ ଥିଲା ।ହେଲେ ବୀମାଭୁକ୍ତ କିଛି ଚାଷୀଙ୍କ ଜମା ଖାତାକୁ ପ୍ରଧାନମନ୍ତ୍ରୀ ଫସଲ ବିମାରାଶି ଆସିଥିବା ବେଳେ ବହୁ ଯୋଗ୍ୟ ଚାଷୀଙ୍କ ଖାତାକୁ ଏହି ଅର୍ଥ ଏ ପର୍ଯ୍ୟନ୍ତ ଆସିନାହିଁ । ସେଥିଲାଗି
ଚାଷୀମାନେ ସମବାୟ ସମିତି ଆଗରେ ଆନ୍ଦୋଳନ କରିଥିଲେ। ଖବରପାଇ ପୋଲିସ ଆସି ବୁଝାସୁଝା କଲାପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।ଏହାପରେ ସମିତିର ସଭାପତି ଦିଲ୍ଲୀପ ରାଉତ, ସମ୍ପାଦକ ଗୋପାଳ ସ୍ବାଇଁ, ଓଡ଼ିଶା କୃଷକ ବିକାଶ ମଞ୍ଚର ସମ୍ପାଦକ ଭୁବନାନନ୍ଦ ସାମଲ, ସରପଞ୍ଚ ନନ୍ଦକିଶୋର ମଲ୍ଲିକ,ପ୍ରମୋଦ ସାମଲ, ଉମାକାନ୍ତ ଦାଶ,ମନୋଜ ସାମଲ, ସନ୍ତୋଷେ ଧଳ, ସୁବ୍ରତ ସାମଲ, ବସି ଚାଷୀଙ୍କ ଦ୍ଵାରା ପ୍ରଦତ୍ତ ତିନି ଦଫା ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା ।ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଚାଷୀଙ୍କ ଦାବି ପୁରଣ କରାଯିବ ବୋଲି ସମିତିର ସଭାପତି, ସମ୍ପାଦକ ପ୍ରକାଶ କରିଛନ୍ତି।
ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





