ପାଞ୍ଚଦଫା ଦାବିନେଇ ଆମରଣ ଅନଶନରେ ବସିଥିବା ବେଳେ ପାଞ୍ଚ ଜଣ କର୍ମଚାରୀ ଅସୁସ୍ଥ।
ପାଞ୍ଚଦଫା ଦାବିନେଇ ଅଲ୍ ଓଡିଶା ଜେଲ୍ କର୍ମଚାରୀ ଏବେ ଆମରଣ ଅନଶନରେ ବସିଛନ୍ତି । ସେହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ରେ ଥିବା ସବ୍ ଜେଲ କର୍ମଚାରୀ ମାନେ ମଧ୍ୟ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏହି ଜେଲ୍ କର୍ମଚାରୀ ମାନେ ଗତ 13/9/23 ରୁ 24/9/23 ଅର୍ଯ୍ୟନ୍ତ ପାଞ୍ଚ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କରି କାର୍ଯ୍ୟରତ ଥିଲେ ଏବଂ ସରକାର ଙ୍କ ପକ୍ଷରୁ ତାଙ୍କର ଦାବୀ କୁ ନ ଶୁଣିବାରୁ ସେମାନେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶାନ୍ତି ପୂର୍ଣ୍ଣ ଭାବରେ 25/9/23ତାରିଖରୁ ତାଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ରହିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଆଜି ସ୍ଥାନୀୟ ବଡବିଲ ସବ୍ ଜେଲ ର ପାଞ୍ଚ ଜଣ କର୍ମଚାରୀ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କ ର ଅନଶନ ସ୍ଥଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାରୁ ସମସ୍ତ ପାଞ୍ଚ ଜଣ କର୍ମଚାରୀଙ୍କୁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଯାଉଥିବା ଦେଖିବାକୁ ମିଳିଛି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




