“ଲଚିଦା ପଂଚାୟତ ଦର୍ଲିପଡାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ”
ତା,26/9.ବରଗଡ ଜିଲ୍ଲା ଅତାବିରା ପୋଲିସ ତରଫରୁ ଆଜି ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଅତାବିରା ବ୍ଲକ ଅନ୍ତର୍ଗତ ଲଚିଦା ପଂଚାୟତ ଦର୍ଲିପଡାରେ ଅତାବିରା ଥାନା ତରଫରୁ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଅତାବିରା ଥାନା ଅଧିକାରୀ ସୁକୁମାର ତ୍ରିପାଠୀଙ୍କ ସଭାପତି ସଭାପତିତ୍ୱରେ ାଏହି କାର୍ଯ୍ୟକ୍ରମରେ ହିର୍ଲୀପାଲି ପଂଚାୟତର ସମିତି ସଭ୍ଯ ବିଦ୍ୟାଧର ପଧାନ,ଲଚିଦା ପଂଚାୟତର ପୂର୍ବତନ ସରପଂଚ ହରିନାଥ ସିଂ, ପୂର୍ବତନ ଓ୍ବାର୍ଡ ମେମ୍ବର ସୁନ୍ଦର ଭୋଇ, ପୂର୍ବତନ ଓ୍ବାର୍ଡ ମେମ୍ବର ସୁଦର୍ଶନ ଭୋଇ ,ଲଚିଦା ପଂଚାୟତ ଦର୍ଲିପଡାର ଓ୍ବାର୍ଡ ମେମ୍ବର କୁମୋଦିନି ଜୁଗନିଆ, ଏସଆଇ ଅନିମା ଏକ୍କା ପ୍ରମୁଖ ଯୋଗଦାନ କରି ସାଇବର କ୍ରାଇମ ସହ ଆହୁରି ଅନେକ କ୍ରାଇମ ବାବଦରେ ଲୋକମାନଙ୍କୁ ବୁଝାଇ ଉପସ୍ଥିତ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.




