ତାଳଚେର ରେ ଗୁରୁବାର ଗଜାନନଙ୍କ ଆଜ୍ଞାମାଳ ଓ ୩୧.୬୦ କେଜି ଲଡୁ ନିଲାମ ଶେଷ ହୋଇଯାଇଛି। ପ୍ରଭୁଙ୍କ ଆଜ୍ଞାମାଳ ଓ ଲଡୁକୁ ଫାଷ୍ଟଗେଟସ୍ଥିତ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ବିରାଟ ଶୋଭାଯାତ୍ରାରେ ନିଲାମ ସ୍ଥଳକୁ ଅଣାଯାଇଥିଲା ଓ ଏହା ଲଡୁ ନିଲାମ ପାଇଁ ବଡଦାଣ୍ଡସ୍ଥିତ ମେଲଣ ପଡିଆଠାରେ ଏକ ସଭାର ଆୟୋଜନ କରାଯାଇଥିଲା।
କେନ୍ଦ୍ରୀୟ ପୂଜା କମିଟି ସଭାପତି ତଥା ଉପଜିଲାପାଳ ମନୋଜ କୁମାର ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଏହି ନିଲାମ ଡକା ଯାଇଥିଲା। ଲାଲବାଗ ରାଜା ସର୍ବାଧିକ ୨୨ ଲକ୍ଷ ୨୨ ହଜାର ୨ଶହ ୨୨ ଟଙ୍କାରେ ନିଲାମ ଡାକି ଲଡୁ ଓ ଆଜ୍ଞାମାଳ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଏମ୍ପି ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଏସ୍ଡିପିଓ ମାନସ ବାରିକ, ସାଧାରଣ ସମ୍ପାଦକ ଦିଲୀପ ପାଣି, ଉପସଭାପତି ଡ. ରଶ୍ମିରଞ୍ଜନ ମିଶ୍ର, କୋଷାଧ୍ୟକ୍ଷ ରଞ୍ଜିତ ମହାପାତ୍ରଙ୍କ ସମେତ କେନ୍ଦ୍ରୀୟ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।




