ଭୁବନେଶ୍ବର : ବିଧାନସଭା ହେଉଛି ଗଣତନ୍ତ୍ରର ପବିତ୍ର ମନ୍ଦିର। ହେଲେ ଗୁରୁବାର ଅପରାହ୍ଣରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ଗୃହ ପରିଚାଳନାକୁ ନେଇ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମକୁ ଡାଲି ପୁଡ଼ିଆ ଫିଙ୍ଗିଥିଲେ।
ଏଭଳି ଅଶୋଭନୀୟ ଆଚରଣ ପାଇଁ ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ଚଳିତ ଅଧିବେଶନରେ ଅବିଶିଷ୍ଟ ଦିନଗୁଡ଼ିକ ଲାଗି ନିଲମ୍ବିତ କରାଯାଇଛି। ଉଭୟ ସଦସ୍ୟ ଚଳିତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ।




