ଚୌଧୁରୀ ବଜାରରେ ଲାଗିଲା ନିଆଁ
ଆଜି କଟକ ଜିଲ୍ଲା ର ସ୍ଥାନୀୟ ଚୌଧୁରୀ ବଜାର ଠାରେ ପ୍ରାୟ ସକାଳ 7 ଟା ରୁ 7.30 am ଭିତରେ ହଠାତ୍ ଏକ ଶାଢ଼ୀ ଦୋକାନ ରେ ନିଆଁ ଲାଗି ଯାଇଥିଲା। ଏତେ ଜୋର୍ ରେ ନିଆଁ ବାହାରୁ ଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଫୋନ କରି ଥିଲେ ଏବଂ ପ୍ରାୟ 2 ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତ କରା ଯାଇ ଥିବା ସୂଚନା ମିଳିଛି । ତେବେ ଏଥିରେ କେହି ଆହତ ହେଇ ନ ଥିବା ବେଳେ ଦୋକାନ ର ପ୍ରାୟ ସବୁ ଜିନିଷ ପତ୍ର ପୋଡି ଯାଇଥିବା ସୂଚନା ମିଳିଛି। କିନ୍ତୁ କେତେ ପରିମାଣର କ୍ଷୟ କ୍ଷତି ହେଇଛି ତାର ସୂଚନା ମିଳି ପାରିନାହିଁ କିମ୍ବା ଏହି ନିଆଁ କିଭଳି ଲାଗିଲା ତାର ମଧ୍ୟ ସଠିକ୍ ତଥ୍ୟ ଜଣl ପଡିନାହିଁ।
କଟକ ରୁ ରିପୋର୍ଟ୍ ଭ୍ରମର ବର ବେହେରା




