ଟଙ୍କା ଦେଲେ ମିଳିବ ଆବାସ ଯୋଜନା ଘର?
29/9/2023
Place – ବରଗଡ଼
-ଘର ଖଣ୍ଡିଏ ପାଇଁ ବାର ଦୁଆର ହେଉଛନ୍ତି ଦମ୍ପତି।
ବରଗଡ ଜିଲ୍ଲା ଅତାବିରା ବ୍ଲକ ଟୋପ ପଂଚାୟତ ଅଧିନସ୍ଥ ସିଂହପାଲି ରଙ୍ଗା ଟିକ୍ରା ରେ ଗୋଟିଏ ଝାଟିମାଟି ର କୁଡ଼ିଆ ଘର କରି ରହୁଥିଲେ ଶତ୍ରୁଘନ ଭୁଏ । ଖଣ୍ଡିଏ ଘର ପାଇଁ ବାର ଦୁଆର ହେଲେଣି “ଶତ୍ରୁଘନଙ୍କ ପରିବାର। ଝାଟିମାଟି କୁଡ଼ିଆରେ
ଶତୃଘନ ଓ ତାଙ୍କ ପରିବାର ରହୁଥିଲେ । କିନ୍ତୁ ପ୍ରବଳ ବର୍ଷାରେ ଭାଙ୍ଗି ନିଶ୍ଚିହ୍ନ ହୋଇ ଗଲା ତାଙ୍କ କୁଡ଼ିଆ। ସରପଞ୍ଚ ଓ ବ୍ଲକ ର ଦ୍ୱାରସ୍ଥ ହୋଇଥିଲେ ଏହି ବେସାହାରା ପରିବାର। ଦୀର୍ଘ ଏକ ମାସ ହେଲା ପଂଚାୟତ ରେ ଜାଗା ଟିକେ ସରପଞ୍ଚ ଦେଇଥିବା ରୁ ପଂଚାୟତ ରେ ଦିନ କାଟୁଥିଲେ ଏହି ପରିବାର, ହେଲେ ଗୁରୁବାର ଦିନ କାମକୁ ଯାଇଥିଲେ ସନ୍ଧ୍ୟା ରେ କାମ ରୁ ଫେରିଲା ବେଳେ ପଂଚାୟତ ଅଫିସ ଗେଟ୍ ରେ ତାଲା ପଡିଛି, ରାତ୍ରି ରେ ବହୁତ ହଇରାଣ ହୋଇ ଗାଁ ର ରାସ୍ତା ରେ ଦିନ କାଟିଥିଲେ । ଏବେ ସେମାନଙ୍କୁ ଘର ଖାଲି କରିବାକୁ କହୁଛନ୍ତି ସରପଞ୍ଚ ଓ ସରପଞ୍ଚ ଙ୍କ କିଛି ମୁଷ୍ଟିମେୟ ଲୋକ ଦମ୍ପତି ଙ୍କୁ ଧମକା ଉଛନ୍ତି । ତାଙ୍କୁ ଦାଦାଗିରି ଦେଖାଇ , ଚାରିଘଣ୍ଟା ଭିତରେ ଘର ଖାଲି କରି ବାକୁ ଧମକ ବି ଦେଇଛନ୍ତି ।ପୋଲିସ ମଧ୍ୟ ଘଟଣା ସ୍ଥଳକୁ ଆସିଥିଲେ ତଥାପି କୌଣସି ସୁଫଳ ମିଳିନଥିଲା। ଆଗରୁ ଶତ୍ରୁଘନଙ୍କ ନାଁ ରେ ଘର ଆସିଛି ବୋଲି ଘର କୁ କହି ଆସିଥିଲେ କାହିଁକି, ଏବେ କିନ୍ତୁ ତାଙ୍କ ନା ରେ କୌଣସି ଘର ନାହିଁ ବୋଲି କହି ହଇରାଣ କରୁଛନ୍ତି, ଏ ନେଇ ଉଭୟ ଦମ୍ପତି ଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିକ୍ରିୟା ସ୍ୱରୂପ ଏହାର ବିହିତ ତଦନ୍ତ ପାଇଁ ବ୍ଲକ ପ୍ରଶାସନ କୁ ଯୋଗାଯୋଗ କରି ଦମ୍ପତି ଙ୍କ ସମସ୍ୟା ର ସମାଧାନ ହେବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ। ତେବେ ଦେଖା ଯାଉ ଦମ୍ପତି ଙ୍କୁ ସରକାର ଙ୍କ ଯୋଜନା ରେ ସାମିଲ କେବେ ହେବ ଓ ଘର ଖଣ୍ଡିଏ କେବେ ମିଳିବ ତାହା ଜେ ସମୟ କହିବ ଡ଼ି ଡ଼ି ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ.




