(ସହିଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୃଷ୍ଣଚନ୍ଦ୍ରପୁର ଠାରୁ ଏରସମା ବ୍ଲକ ପର୍ଯ୍ୟନ୍ତ ଜ଼ିଲ୍ଲା ସ୍ତରୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ )
ଜଗତସିଂହପୁର
ତା =29/9/23
ଏରସମା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସହିଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କୃଷ୍ଣଚନ୍ଦ୍ରପୁର ଠାରୁ ଏରସମା ବ୍ଲକ ପର୍ଯ୍ୟନ୍ତ ଜ଼ିଲ୍ଲା ସ୍ତରୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ସହିଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ବରିଷ୍ଟ ସମାଜସେବୀ ଲୋକନାଥ ମହାପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଏରସମା ପଞ୍ଚାୟତ ସମିତି ଅଧକ୍ଷା ଲକ୍ଷ୍ମୀ ପ୍ରିୟା ମହାପାତ୍ର,ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସଂମ୍ମାନିତ ଅତିଥିଭାବେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ, ତହସିଲଦାର ସଂନ୍ଧ୍ୟାଞ୍ଜଳି ମାଝି, ସମାଜସେବୀ ଶ୍ୟାମ ସୁନ୍ଦର ସେଠୀ, ଅମ୍ବିକା ମହାନ୍ତି ପ୍ରମୁଖ ଯୋଗଦେଇ ଆମ ପରିବେଶ କୁ ଆମେ ରକ୍ଷା କରିବା ନିମନ୍ତେ ବ୍ୟାପକ ବୃକ୍ଷ ରୋପଣ କରବା ଦ୍ଵାରା ଆମ ଜୀବନ ସୁରକ୍ଷିତ ରହିବ ବୋଲି ମତ ଦେଇଥିଲେ |ଏହା ପରେ ପାଲା କଳାକାର ଦ୍ଵାରା ପରିବେଶ ସଂକ୍ରାନ୍ତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶତାଧିକ ସ୍ଵେଛାସେବୀ, ସମାଜସେବୀ, ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ





