ଢେଙ୍କାନାଳ ଜିଲ୍ଲା ରକଲା ଗ୍ରାମରେ ଅଭାବନିଅ ଘଟଣା ଘଟିଯାଇଛି !
ଦୁଃଖର ଘଟଣା ଘଟିଯାଇଛି ଆଜ୍ଞା ରକଲା ଗ୍ରାମରେ !ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡା ପଞ୍ଚାୟତ ରକଲା ଗ୍ରାମର ତ୍ରିଲୋଚନ ମହାପାତ୍ର ଙ୍କ ପୁତ୍ର ଲିପୁ ମହାପାତ୍ର, ଲିପୁ ଧାର କର୍ଜ କରି ସୁଧକୁ ଲକ୍ଷ୍ୟା ଧିକ ଟଙ୍କା ଆଣି ଏକର ଏକର ଧାନ କରିଥିଲେ !ସେଇ ଧାନ କୁ ହାତୀମାନେ ଆସି ଖାଇ ଦେଇଛନ୍ତି ଏବଂ ଦଳି ମକଚି ପଦା କରିଦେଇଛନ୍ତି !ଆଉ ଗୋଟିଏ ଦୁଃଖର ପାହାଡ଼ ଲଦି ଦେଇଛନ୍ତି ! ବହୁତ କଷ୍ଟ କରି ନିଜେ ଦିନ ରାତି ନଖାଇ ନପିଇ ଆଖୁ କରିଥିଲେ କିନ୍ତୁ ଦୁର୍ଭାଗ୍ୟ ବଶତଃ, ସେଇ ଆଖୁ କୁ ମଧ୍ୟ ଖାଇ ପି ଦଳି ମକଚି ଦେଇଛନ୍ତି !କୃଷକ ଟିଏ କୃଷି କାମ କରେ ବର୍ଷ ସାରା ଖାଇବା ପାଇଁ କିନ୍ତୁ ସେଇ ଧାନ, ଆଖୁକୁ ଯଦି ହାତୀ ଆସି ଖାଇ ପି ନଷ୍ଟ କରିଦେବ ତାହାଲେ କୃଷକ ତାର ପରିବାର ଚଲେଇବ କିପରି ଖାଇବ କଣ !ଲିପୁ ମହାପାତ୍ର କାନ୍ଦି କାନ୍ଦି ସରକାର କୁ ଜଣେଇଛନ୍ତ, ହେ ସରକାର ମୋତେ କିଛି ସାହାଯ୍ୟ ଦିଅ, ମୁ ବୁଡିଗଲି କିପରି ରିଣ କର୍ଜ ଆଣିଥିବା ଟଙ୍କା ସୁଝିବି !ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ




