ସମ୍ପର୍କ ଛାଇ ଆଲୁଅ ଚଳଚିତ୍ରର ସୁଟିଂ ରେ ଆକାଶ ଓ ଏଲିନା
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ୱାର ରେ ଚାଲିଛି ସମ୍ପର୍କ ଛାଇ ଆଲୁଅ ର ମାରାଥନ ସୁଟିଂ l ଏହି ସିନେମା ରେ ଏଲିନା ସାମନ୍ତରାୟ ଓ ଆକାଶ ଦାସ ପ୍ରମୁଖ ଭୂମିକା ରେ ଥିଲା ବେଳେ ଏହି ଫିଲ୍ମ ଟିକୁ ଚୌଦ୍ୱାର ଅଂଚଳ ର ରୁପେଶ ନାୟକ ଫିଲ୍ମ ସିନେମା ର କାହାଣୀ ପ୍ରଯୋଜକ ଥିବାର ଜଣାପଡିଛି l ଫିଲ୍ମ ର ହିରୋ ଆକାଶ ଙ୍କ କହିବା ଅନୁଯାଇ ସିନେମା ଜଗତ ରେ ଚାଲୁଥିବା ବର୍ତମାନ ର ଟ୍ରେଣ୍ଡ ଲଭ ଆକ୍ସନ ଓ ଡାନ୍ସ କୁ ପ୍ରାଥମିକତା ନ ଦେଇ ନିଛକ ଓଡ଼ିଶା ଓ ଓଡ଼ିଆ ର କାହାଣୀ କୁ ନେଇ ଏହି ସିନେମା ଟି ତିଆରି ଚାଲିଛି l ଓଡ଼ିଶା ବାସୀ ଙ୍କୁ ଏହି ସିନେମା ଟି ଭଲ ଲାଗିବା ସହ ଆଗାମୀ ଜାନୁଆରୀ ମାସ ରେ ସିନେମା ଟି ପରଦା କୁ ଆସିବ ବୋଲି ପ୍ରକାଶ କରିଛନ୍ତି l ଏହି ସିନେମା ଟିକୁ ସୁନାମଧନ୍ୟ ନିର୍ଦେଶକ ଚଣ୍ଡୀ ପ୍ରସାଦ ପରିଜା ନିର୍ଦେଶନା ଦେଇ ଥିଲା ବେଳେ ଏହା ଓଡିଶା ର ଗ୍ରାମୀଣ ଅଂଚଳ ରେ ସମ୍ପର୍କ ଓ ଆବେଗ ର ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ରେ ଏହି ଫିଲ୍ମ ରେ ଲିପ୍ସା, ପ୍ରଦ୍ୟୁମ୍ନ ଲେଙ୍କା, ନମିତା ଦାସ, ଅସିତ ପତି, ଗୁଡ଼ୁ, ଜୀବନ ପଣ୍ଡା, ସବିତା, ଉଷା ଭଳି ବହୁ କଳାକାର ମାନେ ଅଭିନୟ କରିଛନ୍ତି l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ।

ଆକାଶ ଦାଶ ( ଚଳଚ୍ଚିତ୍ର ଅଭିନେତା)

ଚଣ୍ଡୀ ପରିଜା ( ଚଳଚ୍ଚିତ୍ର ନିର୍ମାତା)




