ଆପ୍ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ଢ଼େଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀର ୫୦ଟି ପଂଚାୟତରେ ଜନ ସମ୍ପର୍କ ଯାତ୍ରା ଗତ ୨୩ ସେପ୍ଟେମ୍ବର ଠାରୁ ଆରମ୍ଭ କରି ଆଜି ତା ୨୯ ରିଖରେ କଙ୍କଡ଼ାହାଡ଼ ପଂଚାୟତ ଠାରେ ସମାପ୍ତ କରିଛନ୍ତି l ପ୍ରତ୍ୟେକ ପଂଚାୟତରେ ସାଧାରଣ ଲୋକମାନେ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶ ତଥା ଆପ୍ ର ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, କୃଷି ଓ ରୋଜଗାର ଗ୍ୟାରେଣ୍ଟିରେ ଅନୁପ୍ରାଣିତ ହୋଇ ଦଳରେ ଯୋଡ଼ି ହୋଇଛନ୍ତି l ଗାଁ ଗହଳର ଲୋକ ମାନେ ରାଜ୍ୟ ସଭାପତିଙ୍କୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସବୁ ଜଣାଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ସହିତ ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ପୌରାଞ୍ଚଳ ପ୍ରଭାରୀ ଜିତେନ୍ଦ୍ର ବେହେରା, ସଦର ବ୍ଲକ ସଭାପତି ରାଜକୁମାର ପ୍ରଧାନ, ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରା,ଅଭିରାମ ଶତପଥୀ, ବିଜୟ ନାଏକ, ସୁଧାକର ଭୋଇ, ଈଶ୍ୱର ଖଟୁଆ, ସନ୍ତୋଷ ଖୁଣ୍ଟିଆ, ନିରଦ ପାତ୍ର, ମଳୟ ମହାରଣା, ବସନ୍ତ ମଲିକ, ରାଜ୍ୟ ସାଧାରଣ ସମ୍ପାଦକ ସୌମ୍ୟ ରଞ୍ଜନ ସ୍ୱାଇଁ, ଯୁବ ସଭାପତି ସୋମନାଥ ରାଉତ, ଯୁବ ସମ୍ପାଦକ ଶ୍ରୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ l ତାଛଡା ଆସନ୍ତା ସାତ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କାର୍ଯ୍ୟ ପନ୍ଥା ନିର୍ଦ୍ଧିଷ୍ଟ କରି ଶ୍ରୀ ମହାପାତ୍ର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ l


April 19, 2026/
No Comments



