କମ୍ପାନୀର ଦାଦାଗିରି, ସ୍ଥାନୀୟ ପ୍ରଶାସନ କୁ ହାତବାରିସ୍ କରି ସ୍ଥାନୀୟ ବାସିନ୍ଦା ମାନଙ୍କ ଉପରେ ଦମନ ଲୀଳା ଅଭିଯୋଗ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି କମ୍ପାନୀ ରହିଥିବା ବେଳେ କଛି ଖଣି କମ୍ପାନୀ ମାନଙ୍କ ଦାଦାଗିରି ଯୋଗୁ ଅଞ୍ଚଳ ବାସିନ୍ଦା ମାନେ ଦୁର୍ଦ୍ଦଶା ଭୋଗ କରୁଛନ୍ତି। ସେହିଭଳି ଏକ ଅମାନିଆ ଓ ମନମୁଖୀ କାର୍ଯ୍ୟ କରୁଥିବା କମ୍ପାନୀ ହେଉଛି କେପି ଏଣ୍ଟର ପ୍ରାଇଯେଶ୍ ଓ ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୋଧରେ ଆଞ୍ଚଳିକ ଆଦିବାସୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଏହି କମ୍ପାନୀ କତୃପକ୍ଷ ଜ୍ୟୋତି ରଞ୍ଜନ ପାତ୍ର ଏବଂ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ସ୍ଥାନୀୟ ପୋଲିସ୍ ପ୍ରଶାସନ କୁ ହାତ ବାରିସ କରି ଉଲିବୁରୁ ଗ୍ରାମର ଆଦିବାସୀଙ୍କୁ ଧମକ ଚମକ୍ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ଗ୍ରାମବାସୀ, ପୂର୍ବରୁ ମଧ୍ୟ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ପାଇଁ ହାୟର ପୁର ନିରୀହ ଆଦିବାସୀ ଓ ପୋଲିସ୍ ମଧ୍ୟରେ ଖଣ୍ଡ ଯୁଦ୍ଧ ଘଟିଥିବା ନଜିର ରହିଛି, ଆହୁରି ମଧ୍ୟ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ କତୃପକ୍ଷ ନିରୀହ ଆଦିବାସୀଙ୍କୁ ଗାଳି ଗୁଲଜ ଓ ଧମକ ଚମକ୍ କରି ଜ୍ୟୋତି ରଞ୍ଜନ ପାତ୍ର ଙ୍କ ନାମରେ ମାମଲା ରୁଜୁ ହୋଇଥିବା ଦେଖିବାକୁ ମିଳିଥିଲା ଆସନ୍ତୁ ଶୁଣିବା କଣ କହୁଛନ୍ତି ଗ୍ରାମବାସୀ, କଣ ରହିଛି ସେମାନଙ୍କର ଅଭିଯୋଗ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

