ବେପରୁଆ ଢ଼ଙ୍ଗରେ ଗାଡି ଚାଳନା ଯୋଗୁ ଚାଲିଗଲା ନିରୀହ ଲୋକର ଜୀବନ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡା ଖଣି ମଣ୍ଡଳ ସ୍ଥିତ ତଥା ବଡବିଲ ଥାନା ଅନ୍ତର୍ଗତ ଟୋଣ୍ଟ ସ୍ଥିତ ଜିନ୍ଦଲ କମ୍ପାନୀ ର କାଶିଆ ଖଣି ନିକଟରେ ଏକ ହାଇୱା ଧକା ରେ ଜଣଙ୍କ ର ଜୀବନ ଚାଲିଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ OD 09./4411 ନମ୍ବର ବିଶିଷ୍ଟ ଏକ ମୋଟସାଇକେଲରେ ବାପପୁଅ ଯାଉଥିବା ସମୟରେ S G L ନାମ ଲେଖାଥିବା ଏକ ଯାହାର ନମ୍ବର OD 09 P/0335 ନମ୍ୱର୍ ବିଶିଷ୍ଟ ଏକ ହାଇୱା ଧକା ଦେବା ଫଳରେ ଘଟଣାସ୍ଥଳରେ ବ୍ୟକ୍ତି ଜଣକ ର ମୃତ୍ତ୍ୟୁ ହୋଇଥିବା ବେଳେ ଆହତ ପିଲାଟିକୁ ସ୍ଥାନୀୟ ବାସିନ୍ଦା ମାନେ ଉଠାଇ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏହି ଦୁର୍ଘଟଣା ଟି ଜିନ୍ଦଲ କମ୍ପାନୀର କାଶିଆ ଖଣି ନିକଟରେ ହୋଇଥିବା ବେଳେ , ଦୁର୍ଘଟଣାର ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକଟି ରାସ୍ତା ଉପରେ ପଡି ରହିଥିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା।ଏହି ଜିନ୍ଦଲ କମ୍ପାନୀ ର ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳକୁ ନ ଆସିବା ଯୋଗୁ ଉକ୍ତ ସ୍ଥାନରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ କିଛି ସମୟ ପାଇଁ ଉକ୍ତ ଅଞ୍ଚଳରେ ଚପ୍ପା ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ବଡବିଲ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିଥିବା ବେଳେ ଶବ ଟିକୁ ବ୍ୟବେଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ୍




