ତ୍ରିତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ବିଧାୟକ ପଦରୁ ଇସ୍ତପା ଓ ଗିରଫ ଦାବିରେ ମହିଳା କଂଗ୍ରେସ ର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ
ଜଗତସିଂହପୁର
ତା =12/10/23
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ପାଇଁ ପୁଣି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇଛି। ବିଧାୟକ ତାଙ୍କ ବାନ୍ଧବୀ ଙ୍କୁ ଛାଡି ଅନ୍ଯ ଜଣେ ମହିଳା ଙ୍କୁ ବିବାହ ପାଇଁ ଆବେଦନ କରିବା ପରେ ସୋମାଲିକା ଙ୍କୁ ନ୍ଯାୟ ଦେବା ଏବଂ ବିଧାୟକ ଙ୍କୁ ତାଙ୍କ ପଦରୁ ବହିଷ୍କାର ଓ ଗିରଫ କରିବା ଦାବିରେ ବିରିଡି ମହିଳା କଂଗ୍ରେସ ଏକ ବିଶାଳ ରାଲି ର ଆୟୋଜନ କରାଯାଇ ରାଜରାସ୍ତା କୁ ଓହ୍ଲାଇଛି।
କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଙ୍କ ଆହ୍ବାନ କ୍ରମେ ବିରିଡି ବ୍ଲକ ମହିଳା କଂଗ୍ରେସ ସଭାପତି ଅନିତା ମିଶ୍ର ଙ୍କ ନେତୃତ୍ବ ରେ ଶତାଧିକ ମହିଳା ଆଜି ଆନ୍ଦୋଳନ କୁ ଓହ୍ଲାଇଥିଲେ। ସମସ୍ତେ କଳାବ୍ଯାଜ୍ ପରିଧାନ କରିବା ସହ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବାହାରି ବିରିଡି ହାଟ ଠାରେ ଲଜ୍ଜା ଦିବସ ପାଳନ କରିଥିଲେ। ବିଜୟ ଶଙ୍କର କୁ ବିଧାୟକ ପଦରୁ ବହିଷ୍କୃତ ଓ ତୁରନ୍ତ ଗିରଫ କରିବା ଆମର ଦାବି ଆମର ଦାବି ଓ ବିଜୟ ଶଙ୍କର ଡାଉନ୍ ଡାଉନ୍ ସ୍ଲୋଗାନ ଦେଇ ଗର୍ଜି ଥିଲେ ବିରିଡି ବ୍ଲକ ମହିଳା କଂଗ୍ରେସ। ବିଜୟ ଶଙ୍କର କୁ କୁଶପୁତ୍ତଳିକା କୁ ମହିଷାସୁର ବେଶରେ ସଜାଇ ମହିଳା ନେତ୍ରୀ ତ୍ରିଶୁଳ ଧରି ମହିଷାସୁର ବଧ ର ଅନୂରୁପ ଚିତ୍ର ପ୍ରଦର୍ଶନ କରିଥିଲେ ଓ ପରେ କୁଶ ପୁତ୍ତଳିକା କୁ ଦାହ କରି ଏକ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




