ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଯାଇଛି ବାଚସ୍ପତିଙ୍କ କରକମଳରେ
ବିଷୟ ___ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଉତ୍ତରକୁଳ ପଞାୟତର ବରେଇ ଓ ସୁନ୍ଦରପୁର ଠାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି ମାନ୍ୟବର ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ କରକମଳରେ।ପ୍ରଥମେ ବାଚସ୍ପତି ଉତ୍ତରକୁଳ ଛକରେ ପହଞ୍ଚିବା ପରେ ସରପଞ୍ଚ ପ୍ରୀତିକ୍ରିଷ୍ଣ ଜେନା, ସମାଜସେବୀ ପରୋପକାରୀ ବିନୟ ନାଥ,ବିଭୁତି ନାଥ , ସୁରେନ୍ଦ୍ର ବେହେରାଙ୍କ ସମେତ ହଜାର ହଜାର ଲୋକ ସମ୍ବର୍ଦ୍ଧନା ଜଣାଇଥିଲେ। ସେଠାରୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ୍ୟ ପାନୀୟଜଳ ଯୋଗାଣ ପ୍ରକଳ୍ପ ସ୍ଥଳ ଯଥା ବରେଇ ଓ ସୁନ୍ଦରପୁର କୁ ନିଆଯାଇଥିଲା ।ବାଟରେ ସବୁ ଛକରେ ବାଚସ୍ପତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଦୁଇଟି ସ୍ଥଳରେ ବାଚସ୍ପତି ଉପରୋକ୍ତ ଲୋକମାନଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ପାନୀୟ ଜଳ ଯୋଗାଣ ବିଭାଗର ଅଧିକାରୀମାନଙ୍କ ସହ ମେଗା ପ୍ରକଳ୍ପର ଅଧିକାରୀ ସଞ୍ଜୀବ ମଲ୍ଲିକଙ୍କ ସହ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ଜିଲ୍ଲାପରିଷଦ ସଭ୍ୟା ଅହଲ୍ୟା ସ୍ବାଇଁ, ସମିତି ସଭ୍ୟ ରଞ୍ଜନ କୁମାର ମଲ୍ଲିକ, ନିର୍ବାଚନ ମଣ୍ଡଳୀ ସଭାପତି ମୁରଲି ବେହେରା,ଯୁବ ବିଜୁଜନତା ଦଳ ସଭାପତି ରାଜେଶ ମହାପାତ୍ର, ପଞାୟତର ବିଜୁଜନତା ଦଳ ସଭାପତି ଦର୍ଶନୀ ମଲ୍ଲିକ, ପ୍ରଫୁଲ୍ଲ ବେହେରା, ରମେଶ ମଲ୍ଲିକ, ତ୍ରିଲୋଚନ ମଲ୍ଲିକ,ଅନନ୍ତ ରାଉତ ପ୍ରମୁଖ ଯୋଗଦେଇ ଥିଲେ।ଏସବୁ କାର୍ଯ୍ୟକ୍ରମକୁ ବିନୟ ନାଥ, ବିଭୁତି ନାଥ ଓ ସୁରେନ୍ଦ୍ର ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




