ଚୌଦ୍ୱାର ରେ ସାଇବର ସୁରକ୍ଷା ଅଭିଯାନ
କମିଶନରେଟ ପୋଲିସ ପକ୍ଷ ରୁ କଟକ ଜିଲ୍ଲା ଚୌଦ୍ୱାର ଓଟିମ ହାଇସ୍କୁଲ ରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ବର୍ତ୍ତମାନ ହେଉଥିବା ଠକେଇ ଉପରେ ବିସ୍ତୃତ ଭାବେ ସ୍କୁଲ ପିଲାମାନଙ୍କୁ ବୁଝାଇଥିଲେ l ବିଭିନ୍ନ ଲୋକମାନଂକୁ କିଛି ଫ୍ରଡ଼ ବ୍ୟକ୍ତିମାନେ ମୋବାଇଲ କୁ ମେସେଜ କିମ୍ବା ଓଟିପି ପଠାଇ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଉଠେଇନେବା ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି l ଯଦି କୌଣସି ଫ୍ରଡ଼ ବ୍ୟକ୍ତି କିଛି କଲ କିମ୍ବା ମେସେଜ ମାଧ୍ୟମରେ ଓଟିପି ପଠାନ୍ତି ତେବେ ସେମାନେ ତୁରନ୍ତ ସାଇବର ଥାନାରେ ଅଭିଯୋଗ କରିବା ଆବଶ୍ୟକ ବୋଲି ସାଇବର ଥାନାର ବରିଷ୍ଠ ଅଧିକାରୀ ଶ୍ରୀମତୀ ରେଣୁବାଳା ତ୍ରିପାଠୀ ପ୍ରକାଶ କରିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ୱାର ଥାନା ଅଧିକାରୀ ବିଶ୍ୱରଞ୍ଜନ ସାହୁ, ସସ୍ମିତା ଖିଲାର, ଓଟିମ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ଥାନା ର ଅନ୍ୟଅଧିକାରୀ ମାନେ ଉପସ୍ଥିତ ଥିଲେ l
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ।




