କାରଖାନାରେ ଦୁର୍ଘଟଣା ଘଟି ଯୁବକ ମୃତ, ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ବାରମ୍ବାର ଦୁର୍ଘଟଣାଘଟି ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ।
କେନ୍ଦୁଝର ଜିଲ୍ଲାର ଖଣି ଅଞ୍ଚଳ ଏବେ ରକ୍ତମୁଖା ପ୍ରାୟ, ଦୈନଦିନ କୌଣସି ନା କୌଣସି ଠାରେ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବାର ନଜିର ରହିଛି, ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତ ପୁର ପଞ୍ଚାୟତ ରେ ଥିବା ପୂର୍ବତନ ପ୍ରୋ ମିନେରାଲ ବର୍ତ୍ତମାନ ର ଆଦିତ୍ୟ ବିର୍ଲା କମ୍ପାନୀ ର ପ୍ଲାଣ୍ଟ ଭିତରେ ବେପରୁଆ ଢଙ୍ଗରେ ଲୋଡର ମେସିନ ଚାଳନା ଯୋଗୁ ସ୍ଥାନୀୟ ରୁଗୁଡି ସାହିର ଭିବିଷଣ ମହାକୁଡ଼ ଙ୍କୁ ଲୋଡର ଚକାରେ ଚାପି ଦେବାରୁ ଘଟଣା ସ୍ଥଳରେ ହିଁ ଭିବିଷଣ ମହାକୁଡ଼ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି, ପ୍ରକାଶ ଥାଉକି ସେହି କାରଖାନା କମ୍ପାନୀ ରେ ଆଗରୁ ମଧ୍ୟ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହୋଇଥିବା ନଜିର ରହିଛି, ଆଜି ସ୍ଥାନୀୟ ଯୁବକ ହୋଇଥିବା ହେତୁ କମ୍ପାନୀ ର ମୁଖ୍ୟ ଫାଟକ ବନ୍ଦ କରି ଉତେଜନା ସୃଷ୍ଟି କରିଥିବା ଦେଖିବାକୁ ମିଳିଛି, ଆଗରୁ କମ୍ପାନୀ ଅନେକ ଦୁର୍ଘଟଣା କୁ ଚାପି ଦେଇଥିବା ବେଳେ ଆଜି କମ୍ପାନୀ ର ଅସଲି ମୁଖା ଖୋଲିଜିବା ସହ ଜୋରଦାର ଉତ୍ତେଜନା ଦେଖାଦେଇଥିବାରୁ ଘଟଣା ସ୍ଥଳରେ ବାମେବାରୀ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା, ତେବେ ଏଭଳି ବିଭତ୍ସ ଦୁର୍ଘଟଣା ଘଟାଇଥିବା କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି
କେନ୍ଦୁଝର ରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




