ବାଲିଗୁଡା, (ସୁଶିଲ କୁମାର ପାଣିଗ୍ରାହୀ): ସାଧାରଣ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ନାମାଙ୍କନ ର ଷଷ୍ଠ ଦିନ ରେ ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ଉପବାଚସ୍ପତି ସାଲୁଗା ପ୍ରଧାନ ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ବିରାଟ ପଟୁଆରରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ହନୁମାନ ମନ୍ଦିର ନିକଟ ବଗିଚାରୁ ପାରମ୍ପରିକ ବାଦ୍ୟ ,ନୃତ୍ୟ ଓ ସଙ୍ଗୀତରେ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ଜି.ଉଦୟଗିରି ,ରାଇକିଆ ,ଦାରିଙ୍ଗବାଡି ଓ ଟିକାବାଲି ବ୍ଲକ ର ହଜାର ହଜାର ସମର୍ଥକଙ୍କୁ ନେଇ ଏକ ସମଗ୍ର ସହର ପରିକ୍ରମା କରି ସ୍ଥାନୀୟ ଆଇଟିଡିଏ କାର୍ଯ୍ୟାଳୟ ରେ ପହଞ୍ଚି ରିଟର୍ଣ୍ଣି ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ସମୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ,ସଂଯୋଜକ କ୍ଲେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଚତୁର୍ଥ ଥର ପାଇଁ ଟିକଟ ଦେଇଥିବାରୁ ତାଙ୍କ ଉପରେ ହଜାର ହଜାର ଲୋକଙ୍କ ଆଶା ଭରସା ରହିଛି, ଏଣୁ ଲୋକଙ୍କ ଆଶୀର୍ବାଦ ରୁ ମୁଁ ବିଜୟୀ ହେବା ସହ ୬ ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓ ୫-ଟି ନବୀନ ଗ୍ୟାରେଣ୍ଟି ଲୋକଙ୍କ ଆଶା ଭରସା କୁ ପୂରଣ କରିବି ବୋଲି କହିଛନ୍ତି ।

July 3, 2026/
No Comments
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

