ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ଅଦ୍ୟ ତା ୦୬/୧୧/୨୦୨୪ ବୁଧବାର ଦିନ ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ ଭୁକ୍ତା ରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଜଗନ୍ନାଥଙ୍କ ସଂସ୍କୃତି ତଥା ପବିତ୍ର ଉତ୍କଳ ଭୂମି ରେ ହିଂସା, ଦୁର୍ନୀତି ର ସ୍ଥାନ ନାହିଁ । ଏକ ଦୁର୍ନୀତି ମୁକ୍ତ ସମାଜ ଗଠନ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଓ ସାମୁହିକ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ ମେହେର ଦୁର୍ନୀତି ନିବାରଣ ସଚେତନତା ବିଷୟରେ ଛାତ୍ରୀମାନଙ୍କୁ ବୁଝାଇ ଥିଲେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଚୌବର୍ଗ୍ ଭୋଇ, ଫଣିନ୍ଦ୍ର ନାଥ ସାହୁ,ଚିତ୍ତରଂଜନ ପ୍ରଧାନ,ଜ୍ୟୋତ୍ସ୍ନା ରାଣୀ ସାହୁ,ରାଜକୁମାରୀ ପଟେଲ, ଅଳିନା ଦାଶ, ଯୋଗେଶ୍ୱରୀ କର୍ଷାଲ, ଗୋବର୍ଦ୍ଧନ ସହରା,ଟିକାରାମ ପଟେଲ ଓ ସମସ୍ତ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।



