ପ୍ରଫୁଲ୍ଲ ପାଠାଗାର ପରିସରରେ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜୟନ୍ତୀ ପାଳିତ
ଜଗତସିଂହପୁର
ତା =13/11/24
ଜଗତସିଂହପୁର ସାରସ୍ୱତ ପରିଷଦ ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ 65 ତମ ଜନ୍ମ ଜୟନ୍ତୀ ପ୍ରଫୁଲ୍ଲ ପାଠାଗାର ପରିସରରେ ମହାସମାରୋହ ରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ପ୍ରଫୁଲ୍ଲ ପାଠାଗାର ର ସମସ୍ତ ବୟୋଜ୍ୟେଷ୍ଟ କର୍ମକର୍ତ୍ତାମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କେକ କାଟିଥିଲେ | ଏହା ପରେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରି ସ୍ତମ୍ଭକାର ଅଧ୍ୟାପକ ଆଚାର୍ଯ୍ୟ ଙ୍କ ଜୀବନଶୈଳୀ, ସମାଜସଂସ୍କାର ମୂଳକ କାର୍ଯ୍ୟ ସମ୍ପର୍କ ରେ ଉଦବୋଧନ ଦେଇଥିଲେ |ଶେଷରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା |ଏ ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଫୁଲ୍ଲ ପାଠାଗାର ସଭାପତି ରବୀନ୍ଦ୍ର ନାଥ ତ୍ରିପାଠୀ ସମ୍ପାଦକ ସୁରେନ୍ଦ୍ର ରାୟ ପ୍ରମୁଖ ପରିଚାଳନା କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



