ଚମ୍ପୁଆ ଥାନା ଅର୍ନ୍ତଗତରେ ୯ ବର୍ଷ ର ନାବାଳକ କୁ ହତ୍ୟା ଅଭିଯୋଗ
କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତରେ ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଥିବା ନେଇ ଅଭିଯୋଗ। ସୂଚନା ଅନୁଯାୟୀ ଗତ କାଲି ଠାରୁ ଚମ୍ପୁଆ ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ପବନା ମୁଣ୍ଡା ନିଖୋଜ ଥିଲା ।ବାପା ଛେଉଣ୍ଡ ପବନା ମୁଣ୍ଡାର ମୃତ ଦେହ ଗ୍ରାମର ଗୈରାଙ୍ଗ ପାତ୍ରଙ୍କ ଘର ଆଗରେ ଏକ ବସ୍ତା ଭିତରେ ରଖାଯାଇଥିବା ବେଳେ ଘର ଲୋକେ ଦେଖିବାକୁ ପାଇଥିଲା ଓ ରିମୁଳି ଫାଣ୍ଡି କୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସୂଚନା ଅନୁଯାୟୀ ଗୋପିନାଥପୁର ଗ୍ରାମ ର ମୃତ ରାସ ମୁଣ୍ଡାର ୯ ବର୍ଷର ପୁଅ ଗତ କାଲି ସନ୍ଧ୍ୟା ରୁ ନିଖୋଜ ଥିବା ବେଳେ ଆଜି ସକାଳେ ଗ୍ରାମ ର ଗୈରାଙ୍ଗ ପାତ୍ର ଙ୍କ ଘର ଆଗରେ ଏକ ଅଖା ବସ୍ତା ଭିତରେ ତାର ମୃତ ଦେହ ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ। ଖବର ପାଇ ରିମୁଳି ଫାଣ୍ଡି ଅଧିକାରୀ ଓ ଚମ୍ପୁଆ ଏସଡିପିଓ ବିଜୟ ମଲ୍ଲିକ ଘଟଣାସ୍ଥଳ ରେ ପହଞ୍ଚି ଥିବା ନେଇ ସୂଚନା । ତେବେ କେମିତି ଓ କେଉଁ ପରିସ୍ଥିତିରେ ପବନା ର ମୃତ୍ୟୁ ଘଟିଛି ତାହର କାରଣ ଜଣା ପଡ଼ିନାଥିବା ବେଳେ ପୋଲିସ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)
