ବହୁଜନ ସମାଜବାଦୀ ପାଟି ପକ୍ଷରୁ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗୃହମନ୍ତ୍ରୀ ଙ୍କ କୁଶପୁତ୍ତଳିକା ଦାହ
ଜଗତସିଂହପୁର
ତା =24/12/24
ସଂସଦ ଭିତରେ ଗୃହମନ୍ତ୍ରୀ ଅମିଦ ସାହା ସମ୍ବିଧାନ ପ୍ରଣେତା ଡ଼ଃ ବି ଆର ଆମ୍ବେଦକର ଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ପ୍ରତିବାଦ ରେ ବହୁଜନ ସମାଜବାଦୀ ପାଟି ଜଗତସିଂହପୁର ଜ଼ିଲ୍ଲା ୟୁନିଟ ପକ୍ଷରୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ପରିପ୍ରେକ୍ଷୀରେ ରେ ବହୁଜନ ସମାଜବାଦୀ ପାଟି ଜଗତସିଂହପୁର ଜ଼ିଲ୍ଲା ସଭାପତି ବିଭୁତି ଭୂଷଣ ମାଝି ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ସ୍ଥାନୀୟ ଶ୍ରୀକ୍ରିଷ୍ଣ ଏକାଡେମୀ ପଡିଆ ନିକଟ ରୁ ଏକ ପ୍ରତିବାଦ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରି ଗୃହମନ୍ତ୍ରୀ ଙ୍କୁ କଟୁସମାଲୋଚନା କରିବା ସହିତ ଗୃହମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-25-scaled.jpg)

