ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ତାଳଚେର : ୧୪/୦୧/୨୦୨୫ତାଳଚେର ଦେଉଳବେଡା ସ୍ଥିତ ଡିସିଆଇ କ୍ଲବ ଠାରେ ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନ ର ତୃତୀୟ ବାର୍ଷିକ ଉତ୍ସବ ଚଳିତ ମାସ ୧୨ ଓ ୧୩ ତାରିଖ ଦିନ ମହାସମାରୋହରେ ପାଳିତ ହୋଇ ଯାଇଅଛି l ଗୁରୁ ଶଙ୍କର ବାଇ ଓ ସସ୍ମିତା ଗାୟନଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନ ଉତ୍ସବରେ ପୂର୍ବତନ ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଆସ୍ଥା ମହିଳା ମଣ୍ଡଳ ଭୁବନେଶ୍ୱରୀ ମହିଳା ମଣ୍ଡଳ ର ସଦସ୍ୟା ସଂଗୀତା ଶ୍ରୀରାମ, ଶୁକ୍ଲା ମିତ୍ରାଙ୍କ ସହିତ ବିଶିଷ୍ଟ ନୃତ୍ୟଗୁରୁ ଗୁରୁ ଗୌରୀ ଶଙ୍କର ଦାସ, ପଦ୍ମଶ୍ରୀ ଡ଼ଃ ଇଲିଆନା ସୀତାରିଷ୍ଟ, ଗୁରୁ ଗାୟତ୍ରୀ ରଣବିର ପ୍ରମୁଖ ଉପସ୍ଥିତ ଥିଲେ l ଏଥି ସହ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ଡ଼ଃ ମନୋଜ କୁମାର ବେହେରା ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାଏ, ସମ୍ମାନିତ ଅତିଥି ଭାବରେ ନୃତ୍ୟ ଗୁରୁ ସୁଶ୍ରୀ ମିନାକ୍ଷୀ ବେହେରା, ନୃତ୍ୟଗୁରୁ ରାଧେଶ୍ୟାମ ତରାଇ, ନୃତ୍ୟଗୁରୁ ଛିନ୍ନମୟୀ ତ୍ରିପାଠୀ ଯୋଗଦେଇ ଅନୁଷ୍ଠାନର କଳାକାର ମାନଙ୍କୁ ମାନପତ୍ର ଓ ମୋମେଂଣ୍ଟ ପ୍ରଦାନ କରିଥିଲେ l ଏହି ଅବସରରେ ତାଳଚେରର ବିଭିନ୍ନ ବ୍ୟକ୍ତିତ୍ୱ ରହିଥିବା ବ୍ୟକ୍ତି ତଥା ସୌଭାଗ୍ୟ ମହାରଣା, ବିରଜା ଶଙ୍କର ମିଶ୍ର, ଧୀର ମୋହନ ରାଏ, ସମାଜସେବି, ବାପି ମହାନ୍ତି, ଓ କଣ୍ଢlଳ ଅଞ୍ଚଳର ହରଗୌରୀ କିନ୍ନର ସଂଘର ସଦସ୍ୟ ମାନଙ୍କୁ ତାଳଚେର କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଭାପତି ସଞ୍ଚିତା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ସଂଯୁକ୍ତା ମହାରଣା, ଝରଣା ନାୟକ, ଶ୍ଵେତାପଦ୍ମା ଖୁଣ୍ଟିଆ, ସୁଚରିତା ମହାରଣା, ସସ୍ମିତା ବାରିକ, ବସନ୍ତ ଭାଇ, ମଳୟ କୁମାର ମହାରଣା, ରାକେଶ ଦାସ, ମଳୟ ବାରିକ ଓ ସୁରେଶାନ ବେହେରାଙ୍କ ସହ ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ l



