
ଅନୁଗୋଳ – ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୦ ବର୍ଷରୁ ଉର୍ଦ୍ଧ ଓ ୮୦ ପ୍ରତିଶତ ବା ତତୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଗୋଳ ଜିଲ୍ଲାରେ ଉପଖଣ୍ଡସ୍ତରୀୟ ଅନୁଗୋଳ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ମାନ୍ୟବର ବିଧାୟକ ଅନୁଗୋଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ମାନ୍ୟବର ବିଧାୟକ ଛେଣ୍ଡିପଦା ଶ୍ରୀଯୁକ୍ତ ଅଗସ୍ତି ବେହେରା ଓ ପଞ୍ଚାୟତ ସମିତି ଅଧକ୍ଷ୍ୟ ଉପସ୍ଥିତ ରହି ଅନୁଗୋଳ ବଅଁରପାଳ ଓ ଅନୁଗୋଳ ପୌରପାଳିକାର ୮୦ ବର୍ଷରୁ ଉର୍ଦ୍ଧ ଓ ୮୦ ପ୍ରତିଶତ ବା ତଦୁର୍ଦ ଭିନ୍ନକ୍ଷମ ହିତାଧିକାରୀ ୨୨୦ ଜଣଙ୍କୁ ଟ. ୩୫୦୦ ହାରରେ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରିଥିଲେ |

ପ୍ରକାଶ ଯୋଗ୍ୟ ଜିଲ୍ଲାରେ ସମସ୍ତ ଉପଖଣ୍ଡ ସ୍ତରରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ ହୋଇଅଛି | ମାନ୍ୟବର ସାଂସଦ ଢେଙ୍କାନାଳ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି , ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଓ ମାନ୍ୟବର ବିଧାୟକ ପାଲଲହଡା ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତି କଣିହାଁ ପଞ୍ଚାୟତ ସମିତି ଠାରେ ପଞ୍ଚାୟତରାଜ ଅନୁଷ୍ଠାନର ସଭ୍ୟ/ସଭ୍ୟାଙ୍କ ଉପସ୍ଥିତିରେ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ | ଜିଲ୍ଲାରେ ମୋଟ ୧୧୪୨୫ ଜଣଙ୍କୁ ବର୍ଦ୍ଧିତ ଭତ୍ତା ନିମନ୍ତେ ରାଜ୍ୟ ସରକାର ଅର୍ଥ ବରାଦ କରିଛନ୍ତି । ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଅଛି |



