ବଡ଼ବିଲ ମହୋତ୍ସବ ରୈପ୍ୟ ଜୟନ୍ତୀରେ ମୁଖ୍ୟ ଅତିଥି ମାନ୍ୟବର ମୁଖ୍ୟମନ୍ତ୍ରୀ

କେନ୍ଦୁଝର /ବଡବିଲ … ବଡ଼ବିଲ ମହୋତ୍ସବ ରୈପ୍ୟ ଜୟନ୍ତୀ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୂଖ୍ୟ ଅତିଥି ରୂପେ ମୂଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ ଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ଭାଦ୍ରାସାହି ଠାରୁ ବଡ଼ବିଲ ଅଭିମୁଖେ ଆସି ପ୍ରଥମେ ବଡ଼ବିଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର କୁ ଯାଇ ସେଠାରେ ସାରଦା ମଣ୍ଡପ ର ଶୁଭ ଉଦଘାଟନ କରିଥିଲେ ଓ ପରେ ବଡ଼ବିଲ ଉତ୍ସବପଡିଆ ଠାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ରେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବିଧାୟକ,ପାଟଣା ବିଧାୟକ ଓ ତେଲକୋଇ ବିଧାୟକ ଯୋଗ ଦେଇ ଥିଲେ ।ଏହି ଅବସରରେ ନିଜ ବକ୍ତବ୍ୟରେ ତେଲକୋଇ ବିଧାୟକ ବଡ଼ବିଲରେ ରିଙ୍ଗ ରୋଡ ପାଇଁ ଓ ବଡ଼ବିଲ ବାଂଶପାଣି ରେଳପଥ ସଂଯୋଗୀ କରଣ ଦାବୀ କରିଥିବା ବେଳେ ଚମ୍ପୁଆ ବିଧାୟକ ବନ୍ଦ ପଡ଼ିଥିବା କଳିଙ୍ଗ ଲୁହା କାରଖାନାର ଚାଲୁ କରିବା ବିଭିନ୍ନ ଖଣିରେ ମେସିନ ବ୍ୟବହାର ବଦଳରେ ଶ୍ରମିକ ଦ୍ବାରା କାର୍ଯ୍ୟ କରାଯିବାକୁ ଗୁରୁତ୍ବ ଦେଇଥିଲେ। ତେବେ ମୂଖ୍ୟ ମନ୍ତ୍ରୀ କଳିଙ୍ଗ ଲୁହା କାରଖାନା ସ୍ଥାନରେ ଏକ ନୂତନ କାରଖାନା ପାଇଁ ପ୍ରତୀଶୃତି ଦେଇଛନ୍ତି।ସେହି ପରି ବଡ଼ବିଲ ରିଙ୍ଗ ରୋଡ ନିର୍ମାଣ , ବଡ଼ବିଲ କୁ ରେଳପଥ ର ସଂଯୋଗ,ଓ ବଡ଼ବିଲ ର ସର୍ବାଙ୍ଗିନ ଉନ୍ନତି ପାଇଁ ପ୍ରତିଶୃତି ଦେଇଛନ୍ତି।



