*ଦି କିଡ୍ସ ଆଡ଼ିଆଲ ପବ୍ଲିକ୍ ସ୍କୁଲ୍ ର ଷୋଡ଼ଶ ବାର୍ଷିକ ଉତ୍ସବ ଅନୁଷ୍ଠିତ*
ଦଶରଥପୁର ବ୍ଲକ୍ ଅନ୍ତର୍ଗତ କଟିକଟା ପଞ୍ଚାୟତର ପଞ୍ଜରାସାହି ସ୍ଥିତ ଦି କିଡ୍ସ ଆଇଡିଆଲ୍ ସ୍କୁଲ୍ ର ଷୋଡଶ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରତିଷ୍ଠାତା ରମାକାନ୍ତ ସାହୁଙ୍କ ସଂଚାଳନାରେ ଅନୁଷ୍ଠିତ ସଭାରେ ଆଞ୍ଜନେୟ ରାୟ ସଭାପତିତ୍ବ କରିଥିଲେ। ଯାଜପୁରର ଲୋକସଭା ସାଂସଦ ବୈଜ୍ଞାନିକ ରବୀନ୍ଦ୍ର ନାରାୟଣ ବେହେରା, ଯାଜପୁର ଜିଲ୍ଲା ଭାଜପା ସଭାପତି ଗୌତମ ରାୟ, ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ମାଆ ଅଭିନେତ୍ରୀ ପ୍ରତିଭା ପଣ୍ଡା, ଚଳଚ୍ଚିତ୍ର ଜଗତର ଯଶସ୍ୱୀ ଖଳନାୟକ ଅଭିନେତା ଅକ୍ଷୟ ବସ୍ତିଆ ଉକ୍ତ ସଭାରେ ଯଥାକ୍ରମେ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ବିଶିଷ୍ଟ ଅତିଥି ତଥା ସମ୍ମାନିତ ଅତିଥି ଭାବରେ ମଞ୍ଚ ମଣ୍ଡନ କରିଥିଲେ। ଅନୁଷ୍ଠାନର କୁନି ନୃତ୍ୟ ଶିଳ୍ପୀ ମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ ।ଗାୟକ ରମାକାନ୍ତ ସାହୁ ଯାଜପୁରର ଐତିହ୍ୟ ଉପରେ ଆଧାରିତ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ପରେ ପରେ ସଂପାଦକୀୟ ବିବରଣୀ ପାଠ କରିବା ସହ ମଞ୍ଚାସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପ୍ରତିଭାଦୀପ୍ତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉକ୍ତ ଉତ୍ସବରେ ଯାଜପୁର ତଥା ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ପାଞ୍ଚଶହରୁ ଅଧିକ କଳା,ସାହିତ୍ୟ, ଶିକ୍ଷା ତଥା ସଂସ୍କୃତି ପ୍ରେମୀ ଜନସାଧାରଣ ଯୋଗଦାନ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ,ସଙ୍ଗୀତ କାର୍ଯ୍ୟକ୍ରମ ଉପସ୍ଥିତି ଶ୍ରୋତା ଦର୍ଶକଙ୍କୁ ପ୍ରଚୁର ମନୋରଞ୍ଜନର ଖୋରାଗ ଯୋଗାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ସକ୍ରିୟ ସହଯୋଗରେ ଉତ୍ସବଟି ସଫଳତାର ସହ ଶେଷ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦେବତା ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



