ରାଞ୍ଚି: ଇତିହାସ ରଚିଲା ଓଡିଶା ଓ୍ବାରିୟର୍ସ । ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଟାଇଟଲ ହାସଲ କରିଛି ଓଡିଶା ଓ୍ବାରିୟର୍ସ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି । ଆଜି ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମରେ ଫାଇନାଲ ମୁକାବିଲା ମ୍ୟାଚ ଖେଳାଯାଇଥିଲା ।ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଉଭୟ ଦଳର ଗୋଲ୍ ବରାବର ରହିଥିଲା । କିନ୍ତୁ ଚତୁର୍ଥ କ୍ବାଟରରେ ଓଡିଶା ଓ୍ବାରିୟର୍ସ ସୁରମା ବିପକ୍ଷରେ ଦ୍ବିତୀୟ ଗୋଲ୍ କରି ପ୍ରଥମ ସଂସ୍କରଣର ବିଜେତା ହୋଇଛନ୍ତି । ତେବେ ଓଡ଼ିଶା ୱାରିୟର୍ସ ପାଇଁ ରୁତୁଜା ପିସାଲ (୨୦ ‘ଏବଂ ୫୬’) ସ୍କୋର କରିଥିବାବେଳେ ପେନି ସ୍କ୍ୱିବ୍ (୨୮ ‘) ସୁରମା ହକି କ୍ଲବ ପାଇଁ ଗୋଲ୍ କରିଥିଲେ ।ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ୧୨ ଜାନୁଆରୀରୁ ଆରମ୍ଭ ହୋଇଥିଲା । ଏହି ଲିଗ୍ ରେ ୪ଟି ଦଳ ଅଂଶ ଗ୍ରହଣ କରିଥିଲେ ।



