ସାତକୋଶିଆ ରେ ଜଳବନ୍ଦୀ
ଅନୁଗୁଳ, ଅନୁଗୋଳ ବ୍ଲକ ର ଟିକରପଡା ପଞ୍ଚାୟତ ରେ ବନ୍ୟା ସ୍ଥିତି ଉପୁଜିଛି । ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଟିକରପଡା ପଞ୍ଚାୟତ ରମୁଖ୍ୟରାସ୍ତା ରେ ଦଶ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି ।କରଡାପଡା ରୁ ମଝିପଡା ଯାଇଥିବା ରାସ୍ତା ଜଳମଗ୍ନ ଥିବାରୁ ବାହ୍ୟ ଜଗତରୁ ତା ରି ଗାଁ ଯଥା -ଗଇଦି, ବେହେରା ସାହୀ,ମଝିପଡା ଓ ଅଣାଖଳି ର ଦୁଇ ହଜାରରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ପ୍ରତି ବର୍ଷ ଏମିତି ବନ୍ୟା ସ୍ଥିତି ରୁ ସୁରକ୍ଷା ଦେବା ପାଇଁ ଟିକରପଡା ରେ ନିର୍ମିତ ଉଚ୍ଚ ରାସ୍ତା ନିର୍ମାଣ ପାଇଁ ଗତ ସରକାର ସମୟରେ ପଦକ୍ଷେପ ନିଆଯାଇଥିଲା । ତାହା କାର୍ଯ୍ୟକାରୀ ସୋଇନଥିବା କାରଣରୁ ଏ ବର୍ଷ ଏହି ସ୍ଥିତି ଦେଖିବାକୁ ମିଳିଲା । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି।



