ୱାକୋ ଇଣ୍ଡିଆ ଅନ୍ତର୍ଜାତୀୟ କିକ୍ ବକ୍ସିଂ ଚାମ୍ପିଅନସିପ୍
ଦିଲ୍ଲୀ ର କେ.ଡି ଯାଦବ ଇଣ୍ଡୋର୍ ଷ୍ଟାଡିୟମ ର ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଫେବୃୟରୀ ୧ ରୁ ୫ ପର୍ଯ୍ୟନ୍ତ 4th ୱାକୋ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଅନୁଷ୍ଠିତ ହେବ।ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ ନେବା ପାଇଁ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ବାଳକ ବିଭାଗରେ ସୁସିଲ କୁମାର ରାଉତ (-୫୭) କେଜି, ଚନ୍ଦନ ସାହୁ (-୬୩) କେଜି, ଯୋଗେଶ୍ଵର ସାହୁ (-୭୪) କେଜି,ସୁଧିନ୍ଦ୍ର ନାଥ ପଟ୍ଟନାୟକ (-୮୪)କେଜି , ବାଳିକା ବିଭାଗରେ ସ୍ମୁତି ଭୋଇ (-୫୦)କେଜି, ମାନସୀ ସାହୁ(-୫୦)କେଜି, ରୋସନି ବେଗମ୍ (-୬୦)କେଜିଏବଂ ମିହିର କୁମାର ସାହୁ ଟିମ୍ କୋଚ୍ ଭାବରେ ଭାଗ ନେବେ। ଏହି ଚାମ୍ପିଅନସିପ୍ ପାଇଁ ଦଳରେ ଖେଳାଳୀ ମାନେ କଠିନ ଅଭ୍ୟାସ କରିଛନ୍ତି , ତେଣୁ ପ୍ରତି ଥର ପରି ଏଥର ମଧ୍ଯ ଖେଳାଳୀ ମାନେ ଭଲ ପ୍ରଦର୍ଶନ କରି ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିବେ।ଏହି ଖେଳାଳୀ ମାନେ ଗୁରୁବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।ଏହି ଅବସରରେ ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଂ ଆସୋସିଏସନ୍ ର ସଭାପତି ଶଶିକାନ୍ତ ଗଡନାୟକ , ଉପ ସଭାପତି ସନ୍ତୋଷ କୁମାର ପରିଡ଼ା,ସମ୍ପାଦିକା କୀର୍ତ୍ତି ରାଣୀ ସାହୁ ,ଯୁଗ୍ମ ସମ୍ପାଦକ ବାପି ସାମଲ ,କୋଷାଧ୍ୟକ୍ଷ ଅରବିନ୍ଦ ବେହେରା ,ସମସ୍ତ ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।



