ଅମ୍ବାଭୋନା ବ୍ଲକ ରେ କେନସର ସଚେତନତା ପଦଯାତ୍ରା
ଅମ୍ବାଭୋନା : ୪/୨/୨୫-ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତା ମାର୍କେଟ ୟାର୍ଡ଼ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରା କରାଯାଇଥିଲା। ପ୍ରଥମେ ମାର୍କେଟ ୟାର୍ଡ଼ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ ବାଗ, ଅମ୍ବାଭୋନା ଥାନା ଅଧିକାରୀ ବିପିନ ବାଗ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଧ୍ରୁବ ଚରଣ ସା ଓ ଭୁକ୍ତା ସରପଞ୍ଚ ବଳରାମ ବିଶର ପତାକା ଦେଖେଇ ଏହି ପଦଯାତ୍ରା କୁ ଶୁଭାରମ୍ଭ କରିଥିଲେ। ଏହି ପଦଯାତ୍ରା ରେ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟାପକ ଶରତ ଚନ୍ଦ୍ର ଦେହେରୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପକ ଜଗଦୀଶ ନାୟକ, ଅଧ୍ୟାପକ ପ୍ରଶାନ୍ତ ଓ ସମସ୍ତ ଛାତ୍ର ଛାତ୍ରୀ ଓ ଗାର୍ଡେନୀୟା ଏକାଡେମୀ ର ଶିକ୍ଷକ ପ୍ରତ୍ୟୁଷ ପ୍ରଧାନ ଓ ଛାତ୍ର ଛାତ୍ରୀ ଏବଂ ଅଟଳ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶିବାଜୀ ପଟେଲ ଙ୍କ ନିର୍ଦେଶ କ୍ରମେ ଶଙ୍କର ପଟେଲ, ନିତ୍ୟାନନ୍ଦ ବେହେରା, ପ୍ରଫୁଲ୍ଲ ପଧାନ, ରାଧେ, ଜୟନ୍ତ ପ୍ରମୁଖ କର୍ମକର୍ତ୍ତା ଓ ଅନ୍ୟାନ୍ୟ ସ୍ବେଛାସେବୀ ମାନେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦ୍ୱାରା ଓ ପ୍ଲା କାର୍ଡ ଦେଖାଇ ଜନସଚେତନତା ବାର୍ତ୍ତା ଦେଇଥିଲେ । ବରଗଡ଼ କ୍ୟାନ୍ସର ଫାଇଟର ଗ୍ରୁପ ଆନୁକୂଲ୍ୟରେ ହୋଇଥିବା ଏହି ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ କୁ ଅମ୍ବାଭୋନା ସାମ୍ବାଦିକ ସଂଘ ଆୟୋଜନ କରି ସଫଳ ହୋଇଥିଲା ।ଅମ୍ବାଭୋନା ବ୍ଲକ ସାମ୍ବାଦିକ ସଙ୍ଘ ର ବରିଷ୍ଠ ସାମ୍ବାଦିକ ହେମନ୍ତ ପଧାନ, ରଞ୍ଜିତ ଦାଶ, ପ୍ରକାଶ ରଥ, ଜୟସିଂ ପଧାନ ଓ ହରିଶ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅମ୍ବାଭୋନା ଥାନା ର ପୋଲିସ କର୍ମଚାରି ମାନେ ମଧ୍ୟ୍ୟ ସାମିଲ ହୋଇ ସାହାଯ୍ୟ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


