ଲୋକକବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ସ୍ମୁତି ପରିଷଦ ପକ୍ଷରୁ 124ତମ ଜୟନ୍ତୀ ପାଳିତ
ଜଗତସିଂହପୁର ତା =5/2/25ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ ସମୁଖସ୍ଥ ପଡିଆରେ ଓଡିଶା ସଂଗୀତ ଏକାଡେମୀ ଓ ଲୋକକବି ନାଟ୍ୟଚାର୍ଯ୍ୟ ବାଳକୃଷ୍ଣ ମହାନ୍ତି ସ୍ମୁତି ପରିଷଦ ପକ୍ଷରୁ ୯ ଦିନ ବ୍ୟାପି 124ତମ ଜୟନ୍ତୀ ଉଛବ ମହାସମାରୋହ ରେ ପାଳିତ ହୋଇଯାଇଛି | ବିଶିଷ୍ଟ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବିଧାୟକ ଅମରେନ୍ଦ୍ର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଉଛବ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ସମାଜସେବୀ ହେମନ୍ତ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ |ସଂମ୍ମାନିତ ଅତିଥିଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟକାର ମନୋଜ ପଟ୍ଟନାୟକ, ବିଶିଷ୍ଟ ଅତିଥିଭାବେ ଓଡିଶା ସଂଗୀତ ଏକାଡେମୀ କାର୍ଯ୍ୟକାରୀ ସଦସ୍ୟ ପବିତ୍ର କୁମାର ପଟ୍ଟନାୟକ, ପ୍ରମୁଖ ଯୋଗଦେଇଥିଲେ | ଏହି ଉପଲକ୍ଷେ ଅଧ୍ୟାପକ, ନାଟ୍ୟକାର ଉତ୍ତମ ଦାସ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ଗୀତିନାଟ୍ୟ ସୁଶୀଲ ମାଳତୀ ଗୀତିନାଟ୍ୟ ପାରିବେଷିତ ହୋଇଥିଲା |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



