ବିଣାପାଣି ବିଦ୍ୟାମନ୍ଦିରର ବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
__ ରାଜକନିକା ବ୍ଲକ ଅନ୍ତର୍ଗତ ଚରପଡା ପଞ୍ଚାୟତର ଚରପଡା ସ୍ଥିତ ବିଣାପାଣି ବିଦ୍ୟାମନ୍ଦିରର ବିଂଶ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନିଆ ଏହି ଉତ୍ସବକୁ ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ପଣ୍ଡା ଉଦଘାଟନ କରିଥିଲେ ।ଅଧ୍ୟାୟନରତ ଛାତ୍ର ଛାତ୍ରୀଙ୍କ ଜେଜେ ଓ ଜେଜେମା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ତର୍କ, ନୃତ୍ୟ , ସଙ୍ଗୀତ ପ୍ରତିଯୋଗୀତା କରାଯାଇ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅମ୍ବିକା ପ୍ରସାଦ ସାମଲ, ମୁଖ୍ୟ ବକ୍ତା ଭାବେ ଖରସ୍ରୋତା ପୁସ୍ତକ ମେଳାର ସ୍ରଷ୍ଟା ଓ ସଭାପତି ପଦ୍ମାକର ଗୁରୁ, ସମ୍ମାନିତ ଅତିଥି ଭାବେ ହରେକୃଷ୍ଣ ବାରିକ, ସାମ୍ବାଦିକ ସୁକାନ୍ତ ଦାଶ, ସରପଞ୍ଚ ଜ୍ଞାନରଞ୍ଜନ ଜେନା, ନିରଞ୍ଜନ ବେହେରା,କବି ଓ ସମାଜସେବୀ ସନ୍ତୋଷ କୁମାର ବେହୁରିଆ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଅଭିବୃଦ୍ଧି ଓ ଶୃଙ୍ଖଳାକୁ ପ୍ରଶଂସା କରିଥିଲେ।ଓଷ୍ଟାର ଜିଲ୍ଲା ଉପସଭାପତି ତଥା ବିକେବି ହାଇସ୍କୁଲର ପ୍ରଧାନଶିକ୍ଷକ ସଞୟ କୁମାର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପ୍ରତିଷ୍ଠାତା ଲୋତକ ବିନ୍ଦୁ ଦାସ ଓ ବରିଷ୍ଠ ସହଯୋଗୀ ମିତ୍ରଭାନୁ ସାମନ୍ତସିଂହାରଙ୍କ ସହ ସମସ୍ତ ଗୁରୁମା,ଗୁରୁଜୀ ଓ ଅଭିଭାବକ ପରିଚାଳନାରେ ସହଯୋଗ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଜୀ ଅଶୋକ କୁମାର ରାଉତ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



