କଟକ – କଟକରେ ଅଘଟଣ। ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କଲା ନାବାଳକ।.. ପୁରୀଘାଟ ଥାନା ଅନ୍ତର୍ଗତ ମଠସାହି ର ଘଟଣା। ନାବାଳକ ଜଣକ ଘର ପଶ୍ଚିମବଙ୍ଗ ବୋଲିି ଜଣାପଡିଛି। ମଠସାହି ଗୋପାଳଜିଉ ଲେନ ରେ ଭଡ଼ା ଘରେ ରହୁଥିଲା ନାବାଳକ ଜଣକ। ନାବାଳକ ଜଣକ ନିଜ ଦେହରେ ଡିଜେଲ୍ ଢାଳି ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଅଧାପୋଡା ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୁରୀଘାଟ ଥାନାକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।.ଘଟଣା ସ୍ତଲରେ ପୁରୀଘାଟ ଥାନା ପୋଲିସ ପହଂଚି ଶବ ବ୍ୟବଛେଦ ପାଇଁ ଏସ ସି ବି ମେଡିକାଲ କୁ ପଠାଇବା ସହ ଏକ ଅପମୂର୍ତ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

May 31, 2026/
No Comments


