ଗଜମରାରେ ୨୫ତମ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ ଢେଙ୍କାନାଳ, ୧୯/୨: ଢେଙ୍କାନାଳ ସହର ଉପକଣ୍ଠସ୍ଥ ଗଜମରା ଗ୍ରାମରେ ରେ ୨୫ତମ ଅଷ୍ଟପ୍ରହର ନାମଯଜ୍ଞ ଉଦଯାପିତ ହୋଇଯାଇଅଛି । ୧୭ ତାରିଖ ଦିନ ଗ୍ରାମ ପୁଷ୍କରିଣୀରୁ ପୂଜାର୍ଜନା କରାଯାଇ ସଂକୀର୍ତନ ସହ ଗ୍ରାମ ପରିକ୍ରମା କରାଯାଇ କୁଞ୍ଜରେ କଳସ ସ୍ଥାପନ କରାଯାଇଥିଲା । ପରେ ଅଧିବାସ ପୂଜା ଓ ଅଖଣ୍ଡ ଦ୍ବୀପ ପ୍ରଜ୍ବଳନ କରାଯାଇ ବିଭିନ୍ନ ଭୋଗରାଗ ଲାଗି କରାଯାଇଥିଲା । ୧୮ ତାରିଖରେ ଅଷ୍ଟ ପ୍ରହର ନାମସଂକୀର୍ତନ ସହ ହରିହାଟ ଅନୁଷ୍ଠିତ ହୋଇଥିଲା । ଆଜି ୧୯ ତାରିଖ ଦିନ ଆଖପାଖ ଅଞ୍ଚଳ ର ୧୪ ଜଣ ସଂକ୍ରିତନ ମଣ୍ଡଳ ଦ୍ୱାରା ବୈଠକ କୀର୍ତନ ଓ ନଗର ଭ୍ରମଣ ପରେ ଦହିହାଣ୍ଡି ଭଙ୍ଗାଯାଇ ପୂଜା ସମାପନ କରାଯାଇଥିଲା । ପୂଜକ ବାବା ସନାତନ ଦାସ ସମସ୍ତ ପୂଜାକୁ ସୂଚାରୁ ରୂପେ ପାଳନ କରୁଛନ୍ତି । ଗ୍ରାମର ସଭାପତି ଶିବରାମ ସ୍ୱାଇଁ, ସଂପାଦକ ବିପିନ୍ ବିହାରୀ ସ୍ୱାଇଁ , କୀର୍ତନ ମଣ୍ଡଳୀ ସଭାପତି ଧରଣୀଧର ବେହେରା ଓ ସଂପାଦକ କୃଷ୍ଣଚନ୍ଦ୍ର ସାଇଁ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଶିବାନନ୍ଦ ସାଇଁ, ସଚିଦାନନ୍ଦ ସାମଲ, ସଂଜୟ ନାୟକ ଓ ମନୋଜ ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ସଂପୂର୍ଣ ସହଯୋଗ ୨୫ ତମ ରୋପ୍ୟ ଜୟନ୍ତୀ ଅଷ୍ଟ ପ୍ରହରୀ ନାମ ଯଜ୍ଞ ସମ୍ପର୍ଣ୍ଣ ହୋଇଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

