ମଇଁଷି ବୋଝେଇ ପିକଅପ ଭ୍ୟାନ ଜବତ୍, ଡ୍ରାଇଭର ଅଟକ, ଛଅଗୋଟି ମଇଁଷି ଉଦ୍ଧାର। ଗୋମାତା ଓ ମଇଁଷି ଚୋରାଚାଲାଣ କୁ ରୋକିବା ପାଇଁ କୌଣସି ସ୍ବତନ୍ତ୍ର ନିୟମ ପ୍ରଣୟନ ହେଉନଥିବା ବେଳେ ଏହି ଚୋରା ଚାଲାଣ ଦିନକୁ ଦିନ ଅହେତୁକ ମାତ୍ରାରେ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଥାନା ଅନ୍ତର୍ଗତ ରେ ସେହିଭଳି ଏକ ଚୋରାଚାଲାଣ ଗାଡ଼ିକୁ ଗ୍ରାମବାସୀଙ୍କ ଦ୍ବାରା ଅଟକ ରଖିଥିବା ନେଇ ସୂଚନା। ସୂଚନା ଅନୁଯାୟୀ ଏକ ମଇଁଷି ବୋଝେଇ ପିକ ଅପ ଭ୍ୟାନ୍ କୁ ଜବତକରି ଚମ୍ପୁଆ ପୋଲିସକୁ ଗ୍ରାମବାସୀ ଜିମା ଦେଇଛନ୍ତି।ଚମ୍ପୁଆ ଥାନା ଅନ୍ତର୍ଗତ ପ୍ରତାପପଶି ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ମଧ୍ୟ ଦେଇ ପଡ଼ୋଶୀ ଝାଡଖଣ୍ଡ ରାଜ୍ୟକୁ ଚୋରାଚାଲାଣ ବେଳେ ଗ୍ରାମବାସୀ ଗାଡିଟିକୁ ଅଟକ ରଖି ପେlଲିସକୁ ସୂଚନା ଦେଇଥିଲେ ଉକ୍ତ ଅଟକ ଭ୍ୟାନ୍ ରୁ ୬ ଗୋଟି ମଇଁଷି ଉଦ୍ଧାର କରାଯିବା ସହ , ଡ୍ରାଇଭରକୁ ଅଟକ ରଖି ଚମ୍ପୁଆ ପୋଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

May 30, 2026/
No Comments


