କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣାପଟଣା ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଛି ଗୋଷ୍ଠୀ ସଂଘର୍ଷ । ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣଙ୍କ ହେଲେ ପାଲାପୁଟ ଗାଁର ଟିଙ୍କୁ କଣ୍ଟା(୧୭)। ତାଙ୍କୁ ନାରାୟଣାପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
ଆହତ ହୋଇଥିବା ଅନ୍ୟ ୯ଜଣଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବା ଜଣାପଡ଼ିଛି। ସେମାନେ ସେଠାକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗୋଷ୍ଠୀ ସଂଘର୍ଷର କାରଣ ଜଣାପଡି଼ନାହିଁ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। ମେଡିକାଲ, ପାଲାପୁଟ, ହରିଜନ ସାହିରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।ହରିଜନସାହି ପୁରୁଷ ଶୂନ୍ୟ ହୋଇପଡ଼ିଛି। ପେଟ୍ରାଲ ପମ୍ପ ନିକଟରେ ଗୋଷ୍ଠୀ ସଙ୍ଘର୍ଷ ଆରମ୍ଭ ହୋଇଥିବା ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସେଠାରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି। କୌଣସି କାରଣରୁ ସ୍ଥାନୀୟ ପେଟ୍ରାଲ ପମ୍ପ ଛକରେ ପାଲାପୁଟର ଦୁଇ ଜଣ ଯୁବକଙ୍କୁ ଗୋରିଆଘାଟ ସାହିର କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ। ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକଙ୍କ ବନ୍ଧୁ ଓ ସାଙ୍ଗସାଥୀ ଗୋରିଆଘାଟ ଯାଇ କିଏ ଓ କାହିଁକି ଆକ୍ରମଣ କଲେ ବୋଲି ପଚାରୁଥିଲେ। ଏହି ସମୟରେ ଚର୍ଚ୍ଚ ନିକଟରେ ୨୦ରୁ ୨୫ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-27-scaled.jpg)


