ଭୂବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ (OOA)ର ସଭାପତି ଭାବରେ ନିଯୁକ୍ତ କରାଯିବ। ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନର ପରବର୍ତ୍ତୀ ସଭାପତି ପଦ ପାଇଁ ସମୀରଙ୍କ ବ୍ୟତୀତ ଅନ୍ୟ କେହି ଆବେଦନ କରିନାହାନ୍ତି । ତେଣୁ ସେ ଅପ୍ରତିଦ୍ଵନ୍ଦ୍ଵୀ ଭାବେ ସଭାପତି ହେବା ନିଶ୍ଚିତ ହୋଇଛି ।
୨୦୨୯ ଯାଏ ସେ ଓଓଏର ସଭାପତି ହୋଇ ରହିବେ ।ତେବେ ଆସନ୍ତା ୩୦ ତାରିଖରେ OOAର ସାଧାରଣ ପରିଷଦ ବୈଠକରେ ଦାୟିତ୍ଵ ଗ୍ରହଣ କରିବେ ନୂତନ କର୍ମକର୍ତ୍ତା ।ଖବରମୁତାବକ, ସମୀର ମହାନ୍ତି ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ନୂଆ ସଭାପତି ହେବାକୁ ଥିବା ବେଳେ ଅଭିଜିତ୍ ପାଲ୍ ହେବେ ସମ୍ପାଦକ । ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ, ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଉଭୟ ଅପ୍ରତିଦ୍ଵନ୍ଦ୍ୱୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିଥିଲେ ।ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ରାଜ୍ୟର କ୍ରୀଡା ପାଇଁ ପରିଚାଳନା ସଂସ୍ଥା ଭାବରେ କାର୍ଯ୍ୟ କରେ । ଏହା କ୍ରିକେଟ୍, ଫୁଟବଲ୍, ହକି, ଟେନିସ୍ ଏବଂ ବ୍ୟାଡମିଣ୍ଟନ୍ ସମେତ ବିଭିନ୍ନ କ୍ରୀଡା ସଂଘର ତଦାରଖ କରେ। ଏହା ବିଭିନ୍ନ ସ୍ତରରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ଖେଳାଳିମାନଙ୍କୁ ସମର୍ଥନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଏହା ସହିତ, OOA ଅଲିମ୍ପିକ୍ ଗେମ୍ସ, କମନୱେଲ୍ଥ ଗେମ୍ସ, ଏସିଆନ ଗେମ୍ସ ଏବଂ ଭାରତୀୟ ଜାତୀୟ ଗେମ୍ସ ଭଳି ପ୍ରମୁଖ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ଖେଳାଳିମାନଙ୍କୁ ଚୟନ କରିବା ଦାୟିତ୍ବ ନେଇଥାଏ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


