ନାରୀ କବି ବିଦ୍ୟୁତ ପ୍ରଭା ଦେବୀଙ୍କ ସ୍କୁତିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଅଖିଳ ଚକ୍ର
ଯାଜପୁର ___ ଆଧୁନିକ ଓଡିଆ ସାହିତ୍ୟ ଓ ବିସ୍କୟ କାବ୍ୟ ପ୍ରତିଭା ନାରି କବି ବିଦ୍ୟୁତ ପ୍ରଭା ଦେବୀଙ୍କ ସ୍କୁତି ଓ କୃତ୍ତିର ସୁରକ୍ଷା ଆବଶ୍ୟକତା ହୋଇପଡିଛି।ତାଙ୍କ ଜନ୍ମ ଓ ସାଧନା ପୀଠ ଏରଡଙ୍ଗ ନାଟରା ଠାରେ ଥିବା ତାଙ୍କ ଜନ୍ମ ଓ ସାଧନା ପୀଠକୁ ଗସ୍ତକରି ଅଖିଳଚକ୍ର ପକ୍ଷରୁ ସାରସ୍ବତ ତୀର୍ଥର ମାନ୍ୟତା ଦିଆଯାଉ ବୋଲି ଦାବି କରାଯାଇଛି। ବିଦ୍ୟୁତ ପ୍ରଭା ସାହିତ୍ୟ ସଂସଦ ଓ ଅଖିଳ ଚକ୍ର ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ହରେକୃଷ୍ଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟୁତ ପ୍ରଭା ସାହିତ୍ୟ ସଂସଦର ସଭାପତି ରଜନୀକାନ୍ତ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସଂପାଦକ ଓ ଶିକ୍ଷାବିତ ସଞ୍ଜୟ କୁମାର ସାମଲ, ପୁରୁଷୋତ୍ତମ ପଲାଇ,ଗୈରାଙ୍ଗ ସ୍ବାଇଁ,ଅଭୟ କୁମାର ଖୁଣ୍ଟିଆ, ମନୋରଞ୍ଜନ ଧଳ,କବି ସନ୍ତୋଷ କୁମାର ବେହୁରିଆ,ଶରତ କୁମାର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ନମିତା ସାମଲ, ସାମ୍ବାଦିକ ସରୋଜ କୁମାର ସାହୁ, ଅରୁଣ କୁମାର ସାମଲ,ଲୋତକ ବିନ୍ଦୁ ଦାସ, ବଟକୃଷ୍ଣ ପଣ୍ଡା ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ଯୁବ ସାମ୍ବାଦିକ ସରୋଜ କୁମାର ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


