ସାବଧାନ ଜାତୀୟ ରାଜପଥ ୫୨୦ରେ ଅହରହ ଜଗିଛନ୍ତି ଟ୍ରକ୍ ରୂପୀ ଜମଦୁତ
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଥିବା ୫୨୦ନମ୍ବର୍ ଜାତୀୟ ରାଜପଥ ରେ ଅହରହ ଜଗିଛନ୍ତି ଟ୍ରକ୍ ରୂପୀ ଯମଦୂତ, ଏହି ରାଜପଥ ୫୨୦ରେ ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଦୁର୍ଘଟଣା ଘଟି ଜନଜୀବନ ପ୍ରଭାବିତ ହେଉଥିବା ଦେଖାଯାଏ ଏହାକୁ ଆୟତ୍ତ କରିବାରେ ଆଞ୍ଚଳିକ ପ୍ରଶାସନ ସଂପୂର୍ଣ୍ଣ ବିଫଳ ଭଳି ମନେହୁଏ। ସେଇଭଳି ଏକ ଦୁର୍ଘଟଣାରେ ଚାଲିଗଲା ଆଉ ଏକ ଜୀବନ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ରେ ଗତକାଲି ରାତିରେ ଏକ ଅଜଣା ଟ୍ରକ୍ ଧକ୍କାରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିର ଜୀବନ ଚାଲିଯାଇଥିବା ବେଳେ ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଓ ସ୍ଥାନୀୟ ଲୋକେ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



