ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଉତ୍କଳ ଦିବସ ପାଳିତ

ମେରାମଣ୍ଡଳୀ, ୦୧/୦୪/୨୦୨୫: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ହାଉସିଂ କଲୋନୀ ସ୍ଥିତ କିସିଣ୍ଡା କ୍ଲବ୍ ଠାରେ ମଙ୍ଗଳବାର ଉତ୍ସାହର ସହ ଉତ୍କଳ ଦିବସ-୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ପ୍ରଦେଶ ଗଠନ ଓ ଏହାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗଟା ଷ୍ଟିଲ ମେରାମଣ୍ଡଳୀର ଅପରେସନ୍ସ ଭାଇସ ପ୍ରେସିଡେଣ୍ଟ ଉତ୍ତମ ସିଂ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ | କମ୍ପାନିର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟମାନେ କାର୍ଯ୍ୟକ୍ରମରେ ଉଦ୍ଦୀପନା ଓ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ I ଉତ୍କଳ ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କର୍ମଚାରୀ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସମ୍ପର୍କିତ ଅନଲାଇନ୍ କୁଇଜ୍ କାର୍ଯ୍ୟକ୍ରମ ସହ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଓଡ଼ିଶାର ସୁନ୍ଦର ହସ୍ତତନ୍ତ, ହସ୍ତକଳା ଓ ଖାଦ୍ୟପଦାର୍ଥ ବିଭିନ୍ନ ଷ୍ଟଲରେ ପ୍ରଦର୍ଶିତ ହୋଇଥିଲା।ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ବାରା ପ୍ରତିଷ୍ଠିତ ଗୃହଲକ୍ଷ୍ମୀ ସମବାୟ ସମିତିର ମହିଳାମାନେ ପ୍ରସ୍ତୁତ କରୁଥିବା ବିଭିନ୍ନ ଦ୍ରବ୍ଯ ଷ୍ଟଲଗୁଡିକରେ ବିକ୍ରି ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଥିଲା।ସେହିପରି କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କ ଦ୍ବାରା ଆୟୋଜିତ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମକୁ ସଭିଏଁ ବେଶ୍ ଉପଭୋଗ କରିଥିଲେ | ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଖାଦ୍ୟ ଷ୍ଟଲ୍ ଗୁଡିକରେ ପ୍ରଦର୍ଶିତ ପାରମ୍ପରିକ ଓଡ଼ିଆ ଖାଦ୍ଯ ଖାଇ ଉତ୍କଳ ଦିବସକୁ ମହାଆଡମ୍ବରରେ ପାଳନ କରିଥିଲେ I



