ଆଞ୍ଚଳିକ ପ୍ରଶାସନ ଦୁର୍ଘଟଣାକୁ ଆୟତ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ପରି ମନେହୁଏ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ରେ ଦିନକୁ ଦିନ ବୃଦ୍ଧି ପାଉଛି ଦୁର୍ଘଟଣା, ଗଡି ଚାଲିଛି ମୁଣ୍ଡ ପରେ ମୁଣ୍ଡ ଯାହାକୁ ଆୟତ୍ତ କରିବାରେ ଆଞ୍ଚଳିକ ପ୍ରଶାସନ ସଂପୂର୍ଣ୍ଣ ବିଫଳ ପରି ମନେହୁଏ। କେଉଁଠି ଦୃତଗତିରେ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଲାଣି ତ ଆଉ କେଉଁଠି ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟୁଥିବା ବେଳେ ଆଉ କେଉଁଠି ଅବୈଧ ପାର୍କିଂ ଯୋଗୁ ଦୁର୍ଘଟଣା ଘଟି ଜନଜୀବନ ନଷ୍ଟ ହେଉଥିବା ଦେଖାଯାଏ। ସବୁ ଜାଣିଶୁଣି ଆଖିବୁଜି ବସିଛି ଆଞ୍ଚଳିକ ପ୍ରଶାସନ।ସେହିଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଛି ବେପରୁଆ ଢ଼ଙ୍ଗରେ ଗାଡ଼ି ଚାଳନା ଯୋଗୁ ଦୁର୍ଘଟଣା ଘଟି ଜଣେ ନା ବାଳକ ଜୀବନ ଚାଲିଯାଇଥିବା ନେଇ ସୂଚନା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବାଲାଣି ଥାନା ଅନ୍ତର୍ଗତ ରେ ହାଟକୁ ସାମଗ୍ରୀ ନେଇ ଯାଉଥିବା ସମୟରେ ଟ୍ରକ୍ ଓଲଟି ଜଣେ ମୃତ, ୩ ଗୁରୁତର,ହୋଇଥିବା ନେଇ ସୂଚନା, ଯାହାକି ସୂଚନା ରହିଛି କେନ୍ଦୁଝର ଜିଲ୍ଳା ଚମ୍ପୁଆ ଉପଖଣ୍ଡ ବଲାଣୀ ବାଲାଗୋଡା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଛେଉଣ୍ଡ ୧୫ ବର୍ଷୀୟ ବାଳ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଥିବା ଜଣା ପଡ଼ିଛି । କୁମ୍ଭକର୍ଣ୍ଣ ନିଦ୍ରାରେ ଆଞ୍ଚଳିକ ପ୍ରଶାସନ, ତେବେ ଆଉ କେତେ ମୁଣ୍ଡ ଗଡିଲେ ଚେତିବ ଆଞ୍ଚଳିକ ପ୍ରଶାସନ ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



