ଜଙ୍ଗଲ ଧ୍ବଂସ କୁ ନେଇ ସଂକ୍ରୀପାଲି ଗ୍ରାମର ଦୁଇ ଗୋଷ୍ଠି ମଧରେ ବିବାଦ
ଗୋଲାମୁଣ୍ଡା/୧୨/୪/୨୫/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିବା ବେଳେ ପ୍ରଶାସନର ଅବହେଳା ଯୋଗୁଁ ଦିନକୁ ଦିନ ଜଙ୍ଗଲ ଧ୍ବଂସ ପାଇବାକୁ ଯାଉଛିବୋଲି ସ୍ଥାନୀୟ ଲୋକମାନେ କେ ଗାଁ ରେଂଜର ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହା ଦ୍ବାରା ଜଙ୍ଗଲରେ ଥିବା ଜୀବ ଜନ୍ତୁ ଖାଦ୍ୟ ନ ପାଇ ଗାଁ ମୁଖା ହେଉଛନ୍ତି, ଜଙ୍ଗଲ ନିକଟରେ ଥିବା ଆଦିବାସୀ, ହରିଜନ ସମ୍ପ୍ରଦାୟର କେତେକ ଲୋକେ ଜଙ୍ଗଲରେ ଥିବା ବୃକ୍ଷ କୁ ବଳ ପୂର୍ବକ ଭାବେ କାଟି ଜମି ତିଆରି କରି ଧାନ, ମାଣ୍ଡିଆ ଓ କପା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି, ଏହି ଅବସରରେ କେତେକ ଲୋକେ ଜଙ୍ଗଲ ସୁରକ୍ଷା ପାଇଁ ନୃତନ ଗଛ ରୋପଣ କରାଯିବା ଜରୁରୀ ମନେ କରି କେଗାଁ ରେଞ୍ଜର ଙ୍କ ନିକଟରେ ଅଭିଯୋଗ କରିଥିଲେ, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ,କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ରେଞ୍ଜ ଅଧିନରେ ଥିବା ସଂକ୍ରୀପାଳି ଗ୍ରାମର କେତେକ ଆଦିବାସୀ ହରିଜନ ସମ୍ପ୍ରଦାୟର ଲୋକେ ଜଙ୍ଗଲର ବୃକ୍ଷ କାଟି ଜମି ତିଆରି କରି ଚାଷ କରି ଜୀବିକା ନିର୍ବାହ କରୁଥିଲେ,ଏହି ପରିପ୍ରେକ୍ଷୀରେ ସେହି ଗ୍ରାମର କେତେକ ବ୍ୟକ୍ତି ଜଙ୍ଗଲ ସୁରକ୍ଷା ପାଇଁ ଓ ନୃତନ ବୃକ୍ଷ ରୋପଣ କରିବା ପାଇଁ କେ ଗାଁ ରେଞ୍ଜର ଙ୍କ ନିକଟରେ ଅଭିଯୋଗ କରିଥିଲେ, ଏହି ଅଭିଯୋଗ କୁ କେନ୍ଦ୍ର କରି ଗତ କାଲି ଶୁକ୍ରବାର ଦିନ ଵନପାଲ ରୁଦ୍ରପ୍ରାସଦ ଗହିରଙ୍କ ନେତୃତ୍ୱରେ ଥିବା ବେଳେ, ଵନ ରକ୍ଷୀ ସୁଶୀଲ ମହାନନ୍ଦ , ନିର୍ମୁଖି ପୂଝାରୀ ଓ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସଭାପତି ରାମ କୁମାର ସେନାପତି ଓ ସାମ୍ୱାଦିକ ବନ୍ଧୁ ଙ୍କ ଉପସ୍ଥିତିରେ ସଂକ୍ରୀପାଳି ଗ୍ରାମର ଦୁଇ ଗୋଷ୍ଠି ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା , ଜଙ୍ଗଲ ସୁରକ୍ଷା କରିବା ପାଇଁ ଜଙ୍ଗଲ ନଷ୍ଟ ନ କରିବା ସହ ଯେଉଁ ମାନେ ଜଙ୍ଗଲ କାଟି ଜମି ତିଆରି କରି ଛନ୍ତି ସେହି ଜାଗାରେ ବୃକ୍ଷ ରୋପଣ କରିବା ପାଇଁ ଅନୁରୋଧ କରିଥିଲେ, ହେଲେ ଯେଉଁ ମାନେ ଜଙ୍ଗଲ ଜମି ତିଆରି କରି ଚାଷ କରୁଛନ୍ତି ସେହିମାନେ ସେହି କଥାକୁ ଗ୍ରହଣ ନ କରି ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ବୁଝାମଣା ହେଲା ଭଳି ଦେଖା ଦେଇ ନ ଥିବାରୁ ସଭା ବାତିଲ କରି ଅନ୍ୟ ଦିନ ଆଉ ଏକ ବୈଠକ ରଖି ଜଙ୍ଗଲ ନଷ୍ଟ କରି ଥିବା ଜାଗା କୁ ତଦନ୍ତ କରିବା ପାଇଁ ସ୍ଥିରୀକୃତ କରିଥିଲେ।ଧର୍ମଗଡ଼ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ, ଜାଗ୍ରତ ଭାରତ ନିଉଜ



